ଭୁବନେଶ୍ବର: ଲୋ ରେବ...ଲୋ ଚୁଲି...ଆଉ ପାଠ ପଢ଼ିବୁ...? ଆଉ ଚାଟ ହୋଇବୁ...? କଲେଜକୁ ଯିବୁ...? ନଲେଜ ବଢ଼େଇବୁ...? ଥାଉ ଥାଉ ଥାଉ... ସେତିକି ଥାଉ। ପାଠ ପଢ଼ିବାର ପରିଣାମ କ’ଣ ହଉଛି ଆଉ ଅଛପା ନାହିଁ। ଘରେ ରହ, ରନ୍ଧାବଢ଼ା ଶିଖ୍, ବାପାଙ୍କୁ କହି ଭଲ ବରପାତ୍ରଟିଏ ଖୋଜି ତୋତେ ବାହା କରେଇ ଦେମି।
ରେବ: ବୋଉ ତୋ ମୁଣ୍ଡ କାମ କରୁଛି ଟି? ଏ ବର୍ଷ ପା ମୋର ଫାଇନାଲ୍ ପରୀକ୍ଷା। ଏଗୁଡ଼ା କ’ଣ କହିଯାଉଛୁ ଲୋ?
ବୋଉ: ତୋ ଫାଇନାଲ୍ ପରୀକ୍ଷା ଯାଉ ଚୁଲିକି। ଆମ ଘର ଇଜ୍ଜତ ତାଠା’ରୁ ବଡ଼। ମୋର ପାଠୁଆ ଝିଅର ମାଆ ହବାର ନାହିଁ କି ଯୁବା ବୟସରେ ଝିଅକୁ ହରେଇବାର ନାହିଁ। ପଛେ ନୋକେ କହନ୍ତୁ ମୋ ଝିଅ ଅପାଠୋଇ ବୋଲି। କେହି ନକୁହନ୍ତୁଲୋ କାହା ନିର୍ଯାତନାର ଶିକାର ହେଇ ପିଲାଟା ଜୀବନ ହାରିଦେଲା।
ରେବ: ବୋଉ ତୁ ସେ ବାଲେଶ୍ବର ଘଟଣା କଥାକୁ ନେଇ ଡରୁଛୁ ଟି? ଆଲୋ ତୁ ଜାଣିନୁ କି? ସେ ଝିଅକୁ ଭଲ କରିବାକୁ ପା ପୂରା ରାଜ୍ୟ ଲାଗିପଡ଼ିଛି। ପୁଲିସ୍, ପ୍ରଶାସନ, ସରକାର ଏବେ ସବୁ ତତ୍ପର।
ବୋଉ: ଗଣମାଧ୍ୟମ ହାଉଁ ହାଉଁ ହେବେ। ପୁଲିସ୍ ବନ୍ଧୁକ ଧରି ରାଉଣ୍ଡ୍ ମାରିବେ। ପ୍ରଶାସନ ଆଶା ଦବ। ସରକାର ପ୍ରତିଶ୍ରୁତି ଦେବେ। ହେଲେ ସେ ଝିଅର କ୍ଷତି କିଏ ଭରିବ?
ରେବ: ବୋଉ ତୁ ଏମିତି ବ୍ୟସ୍ତ ହଅନା। ମୁଁ ସତର୍କରେ ଯାଇ ମୋ ପାଠ ପଢ଼ା ସାରିଦିଏ। ଆଉ ପଛକେ ନପଢ଼ିବି ନାହିଁ। ହେଲେ ଏ ପରୀକ୍ଷାଟା ଦେଇ ଦିଏ। ନା କ’ଣ କହୁଛୁ?
ବୋଉ: ହଉ ତୋ ଇଚ୍ଛା। ହେଲେ ଗୋଟେ କଥା ମନେ ରଖିବୁ। ତୁ ପାଠ ପଢ଼ିବାକୁ ଯାଉନୁ। ନିଆଁକୁ ଯାଉଛୁ। କେଉଁ ମୁହୂର୍ତ୍ତରେ ବି ତୋ ଦିହରେ ସେ ନିଆଁ ନାଗି ଯାଇପାରେ ଲୋ ମାଆ। ତୁ ସତର୍କ ରହିବୁ। ତୋ ଛଡ଼ା ମୋର ଆଉ କିଏ ବା ଅଛି?