ଭୁବନେଶ୍ବର: ମାଆଲୋ ଥିଇ...ରି...। ଥିଇରି ଥିଇରି ଦେଖିକି ଚାଲ୍‌ ଲୋ ମାଆ। ମାନୁଛି ତୋ ସପନ ବଡ଼। ହେଲେ ତୋ ସପନ ଠାରୁ ତେ‌ା ସମ୍ମାନ ବଡ଼, ତୋ ସ୍ବାଭିମାନ ବଡ଼, ତୋ ଜୀବନ ବଡ଼; ଏକଥା ଯିମିତି ଭୁଲିବୁନି।

Advertisment

ତୁ ପାଠ ପଢ଼, ମନା ନାହିଁ। ହେଲେ ଘରୁ ବାହାରକୁ ପାଦ କାଢ଼ୁଛୁ ଯଦି ଟିକେ ଦେଖି ଚାହିଁଥିବୁ। ତୁ ବୋଧେ ଜାଣିନୁ, ଏଠି ପାଠ ସାଙ୍ଗରେ ଶାଠ (ଦୁଷ୍କର୍ମ ଓ ନିର୍ଯାତନା ପରି କୁକାର୍ଯ୍ୟକୁ ଶାଠ ବୋଲି ବ୍ୟଙ୍ଗରେ ଲେଖାଯାଇଛି) ମ‌ାଗଣା। 

କଲେଜ୍‌ ବାହାରିଛୁ ପାଠ ପଢ଼ିବାକୁ‌; ହେଲେ ଟିକେ ଅସତର୍କ ହେଲେ ତୋ’ ଜୀବନ ବି ରହିବନି ମାଆ। ଏଠି ପାଦ ପାଦରେ ନରରାକ୍ଷାସ ଛିଡ଼ା। ସେହି ନର ରୂପୀ ରାକ୍ଷାସମାନଙ୍କ କବଳରୁ ନିଜକୁ ବଞ୍ଚେଇ ରଖିପାରିଲେ ହେଲା।

f121f5e1-0114-429c-a5d4-6a027d6224d1

ନିକଟରେ ବାଲେଶ୍ବର ଏଫ୍‌ଏମ୍‌ କଲେଜ୍‌ର ଜଣେ ଯୁବତୀ ନିର୍ଯାତନାର ଶିକାର ହୋଇ ତାଙ୍କ ଜୀବନ ଯାଇଥିବା ଘଟଣା ସାରା ରାଜ୍ୟରେ ଆଲୋଡନ୍‌ ସୃଷ୍ଟି କରିଛି। ଯୁବତୀ ଜଣେ ଅଧ୍ୟାପକଙ୍କ କୁଦୃଷ୍ଟିର ଶିକାର ହୋଇ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଅତିଶୟ ହେବାରୁ ସେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ଜୀବନ ଦେବାକୁ ଚେଷ୍ଟା କରିଥିଲେ। ଭୁବନେଶ୍ବର ଏମ୍ସ ହସ୍ପିଟାଲ୍‌ରେ ଛାତ୍ରୀଙ୍କର ମୃତ୍ୟୁ ଘଟିବା ପରେ ସାରା ରାଜ୍ୟରେ ହଇଚୟ ସୃଷ୍ଟି ହୋଇଛି।

 ତାହା ପରେ ପରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ କରିଛନ୍ତି। 

ଆଜିକାଲି ଛାତ୍ରୀମାନେ ଯେଉଁଭଳି ଭାବେ କଲେଜ୍‌ ଯାଇ ନିର୍ଯାତନା ଓ ଦୁଷ୍କର୍ମ ଆଦିର ଶିକାର ହେଉଛନ୍ତି ତାହା ଆମେ କା‌ର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛି। ଦିହକୁ ନେବେନି

କାର୍ଟୁନ: ଦେବାଶିଷ