ସଉକ କାହାର ନାହିଁ କହିଲ? କାହାର ଖାଇବା ସଉକ ତ କାହାର ପିନ୍ଧିବା ସଉକ। ମୋର ସିମିତି ନହଲେ ଟିକେ ଜମିବାଡ଼ି ସଉକ ଥିଲା। କିଣୁ କିଣୁ ସଂଖ୍ୟାରେ କେତେବେଳେ ୧୦୦ ଟପିଗଲା ଜଣାପଡ଼ିଲାନି। ସେଥି ନାଗି ପୁଣି ଏତେ ଖୋଳ ତାଢ଼! ଇରେ ବାପ୍ରେ...।
ଆଗରୁ ଯଦି ଜାଣିଥାନ୍ତି ନା ଇମିତି ହବ ବୋଲି ସତ କହୁଛି ମୁଁ ଜମା ଏ ଜମିବାଡ଼ି ଧନ୍ଦାରେ ଫସିନଥାନ୍ତି। ମୁଁ କ’ଣ ଜାଣିଥିଲି ଏ ଭିଜିଲାନ୍ସ ଦଳ ମୋ ଉପରେ ଦାଉ ସାଧିବେ ବୋଲି। ଆୟବହିଭୂର୍ତ ସଂପତ୍ତିରେ କେତେ ନୋକ କେତେ କ’ଣ କରିଛନ୍ତି, ମୁଁ କ’ଣ ଏ ଦୁନିଆରେ ଏକା ଯେ ମୋ ପଛରେ ହାତ ଧୋଇ ସବୁ ପଡ଼ିଯାଇଛ।
କେତେ ମ ଇମିତ! ଏଇ ମୋ ନାଁରେ ୫୩ଟି, ମୋ ଭାରିଜା ନାଁରେ ୪୨ଟି, ଆମ ଟୋକା ନାଁରେ ୧୬ ଓ ମୋ ଝିଅ ନାଁରେ ମାତ୍ର ୨ଟି ଜାଗା କିଣିିଛି।
/filters:format(webp)/sambad/media/media_files/2025/07/21/cdfb9141-e0a2-4187-a5d7-2b948046c097-2025-07-21-16-29-38.jpg)
ଇଏ ହଉଛି ସରକାରଙ୍କ ଟଙ୍କା। ଏଥିରେ ସମସ୍ତଙ୍କ ଅଧିକାର ଅଛି। ସମସ୍ତଙ୍କର ଯଦି ଅଧିକାର ଅଛି, ତାହାଲେ କ’ଣ ମୋର ନାହିଁ? କିଣି ଦେଲି ତ ଜମି କେତେ ଖଣ୍ଡ କିଣି ଦେଲି। କାଇଁ ମୋତେ ସବୁ ଦେଖି ସହି ପାରୁନ କି ହୋ? ହଉ ଏଥର କିନ୍ତୁ କାନ ମୋଡ଼ି ଚାପୁଡ଼ା ଖାଉଛି। ଆଉ ଜୀବନରେ ଜମି ନା ଧରିବାର ନାହିଁ କି ଏ ଭିଜିଲାନ୍ସ ବାଲାଙ୍କ କବଳରେ ପଡ଼ିବାର ନାହିଁ। ରାମ ରାମ...।
ଆମେ ଏଠାରେ କାର୍ଟୁନ ଜରିଆରେ ଜଣେ କୋଟିପତି ଡିଏଫ୍ଓଙ୍କ ବିଷୟରେ ଆଲୋଚନା କରୁଛୁ। ରାଜ୍ୟରେ ହଜାର ହଜାର ଭୂମିହୀନଙ୍କ ନିଜସ୍ବ ପରିଚୟରେ ବାସସ୍ଥାନ ନଥିବାରୁ ପରଘରେ ଅଥବା ଆଶ୍ରୟସ୍ଥଳୀରେ ଜୀବନଯାପନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଜଣେ ବାବୁଙ୍କର ୧୧୫ଟି ପ୍ଲଟ୍ ଠାବ ହୋଇଛି। ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓଙ୍କର ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ୭ଟି ଠିକଣାରେ ଏହି ପ୍ଲଟ୍ଗୁଡ଼ିକ ଠାବ ହୋଇଛି। କୁବେର ଡିଏଫ୍ଓ ହେଲେ ନିତ୍ୟାନନ୍ଦ ନାୟକ। ଯାହା ସତ୍ୟ ତାହା ହିଁ ଉପସ୍ଥାପନ କରିଛୁ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/21/new-project-21-2025-07-21-15-32-27.jpg)