ଚାଲ୍ ମାଆ ଏଠୁ ପଳେଇବା। ମୋତେ ଭାରି ଡର ଲାଗୁଛି। ଏଠି ତ ବାଟେ ବାଟେ ଦୁଷ୍କର୍ମ, ଛକେ ଛକେ ନିର୍ଯାତନା। ଆମ ପାଇଁ ଏଠି ଜାଗା ନାହିଁ।
: ତୁ ଡରନାରେ ମାଆ। ସବୁ ଠିକ୍ ହେଇଯିବ। ଆମ ଦେଶରେ ଗୋଟେ ଆଇନ୍ ବୋଲି କିଛି ଅଛି। ସବୁ କିଛି ପରେ ବି ସିଏ ତ ଆମ ସାହସ। ସେପରି ପରିସ୍ଥିତି ଆସିଲେ ଆଇନ୍ ଆମକୁ ସାହା ହବ। ଡରିକି ଘରେ ପଶି କେତେ ଦିନ ରହିବ।
/filters:format(webp)/sambad/media/media_files/2025/07/23/f9184997-a710-4ec3-a926-79cb9cbe147c-1-2025-07-23-15-44-58.jpg)
ନାଇଁ ମାଆ ! ମୋର ସେ ଆଇନ୍ ଉପରେ ଆଦୌ ଭରସା ନାହିଁ। ତୁ କ’ଣ ଜାଣିପାରୁନି ଆଇନ୍କୁ ଅପରାଧ କିପରି ଦିନକୁ ଦିନ ବଳି ବଳି ଯାଉଛି।
: ହଁ ଲୋ ଝିଅ ! ତୁ ଠିକ୍ କହୁଛୁ ଯେ। ହେଲେ ଆମେ ଆଉ କ’ଣ ବି କରିପାରିବା କହ? ଆମ ସହ କିଛି ବି ଘଟିଲେ ଆମକୁ ଆଇନ୍ ତା’ କାମ କରୁଛି କହି ଆମକୁ ଚୁପ୍ କରାଯାଏ। ପଛକେ ସେ ଆଇନ୍ ନିଜେ ନିଜ କଥା ବୁଝିବାକୁ ଅସମର୍ଥ।
ଗତ କିଛି ଦିନ ମଧ୍ୟରେ ଆମ ରାଜ୍ୟ ଓଡ଼ିଶାରେ ନାରୀମାନଙ୍କ ଉପରେ ଯେଉଁଭଳି ସବୁ ନିର୍ଯାତନା ହୋଇଛି; ତାହାକୁ ନେଇ ଆମର ଆଜିର ଏହି କର୍ଟୁନ। ଦିହକୁ ନେବେନି
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/23/new-project-1-2025-07-23-15-27-09.jpg)