ଭୁବନେଶ୍ବର: ତମେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥାଅ। ଆମେ ଜଣେ ପରେ ଜଣେ ଏମିତି ଜଳୁଥାଉ। ବାବୁ...! ଆମେ ଜଳିଗଲା ପରେ ତମେ ଆଖି ଖୋଲିବ। ତଦନ୍ତ କରି ସବୁ ଓଲଟେଇ ପକେଇବ। ଅତି ବେଶିରେ ତମର ବଦଳି ହବ। ହେଲେ ଆମକୁ କ’ଣ ସତରେ ନ୍ୟାୟ ମିଳିବ? ଏଇଟା ହୁଏତ ନିଆଁରେ ଜଳି ଜୀବନ ଯୁଦ୍ଧରେ ହାରି ଯାଇଥିବା ସେ ସମସ୍ତ ପୀଡ଼ିତାଙ୍କ ଅନ୍ତରର ସ୍ବର।
ନାରୀ ହୋଇ ଜନ୍ମ ନେବା ଏଠି ଭୁଲ୍ ହେଇଗଲା। ସତରେ ମସ୍ତ ବଡ଼ ଭୁଲ୍ ହେଇଗଲା ହୋ...! ଏଠି ସମସ୍ତେ କାନ୍ଦନ୍ତି। ହେଲେ ନାରୀଟିଏ ପାଇଁ କାହା ଆଖିରେ ବି ଟିକିଏ ହେଲେ ଲୁହ ନାହିଁ।
ଆମେ ଜଳିବା ପରେ ସବୁ କୁମ୍ଭୀର କାନ୍ଦଣା କାନ୍ଦିବେ। ସରକାର କିଛି ରାଶି ଘୋଷଣା କରିବେ। ହେଲେ ଯେବେ ଆମକୁ ଟିକିଏ ସାହାଯ୍ୟ ଦରକାର, ଟିକିଏ ସହଯୋଗ ଦରକାର; ସେତେବେଳେ ସବୁ ନାହିରେ ତେଲ ଦେଇ ଶୋଇବେ। ଦରକାର ନାହିଁ ବାବୁ ଆମ ମରଶରୀରକୁ ଧରି ତମର ଶୋଭାଯାତ୍ରା। ଦରକାର ନାହିଁ ବାବୁରେ ତମର ମିଛ ସମବେଦନା। ଛି ଛ...ତମ ବ୍ୟବସ୍ଥାକୁ।
/filters:format(webp)/sambad/media/media_files/2025/08/07/e08532dc-011a-4f30-b048-febd47a0c487-2025-08-07-15-54-47.jpg)
ବ୍ୟାପୁଛି ନିର୍ଯାତନା ନିଆଁ, ଜଳି ଚାଲିଛନ୍ତି ନାରୀ । ଜିଲ୍ଲାରୁ ଜିଲ୍ଲା ଡେଉଁଛି ନିଆଁ ଜଳିପୋଡି ଜୀବନ ହାରୁଛନ୍ତି ନାରୀ । କେବେ ଛାତ୍ରୀ ତ କେବେ ନାବାଳିକା ତ ପୁଣି କେବେ ଯୁବତୀ । ନିଆଁରେ ଜୀଅନ୍ତା ଜଳୁଛନ୍ତି ଜଣେ ପରେ ଜଣେ ନାରୀ । ହେଲେ କାହିଁକି ଏ ଆତ୍ମଦାହ ? କାହିଁକି ବ୍ୟାପୁଛି ଏ ଘଟଣା ? ଓଡିଶାରେ କେବେ ଥମିବ ଏ ସବୁ କାଣ୍ଡ ? ଏଭଳି ଘଟଣା ଆଉ କେତେ ଶୁଣିବ କାନ ? ବାଲେଶ୍ବର- ବଳଙ୍ଗା ପରେ ବଡ଼ପଦାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ପୁଣି ପୁଲିସ- ପ୍ରଶାସନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଉଠିଛି ।
ତାହାକୁ ନେଇ ଆମର ଆଜିର ଏକ କାର୍ଟୁନ। ଦିହକୁ ନେବେନି।
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/07/new-project-9-2-2025-08-07-14-44-58.jpg)