ଭୁବନେଶ୍ବର:
ଥାଉରେ ଥାଉ ଏତେ ଉତ୍ପାତ୍ ହୁଅନି ଆଉ, ତମ ବନ୍ଧୁଙ୍କୁ ଭରସା ନାହିଁ;
ଆଜି ତମର, କାଲି ଆମର ଖୁସି ହୁଅ କାଇଁ ପାଇଁ?
ତମ କାନ୍ଧରେ ବନ୍ଧୁକ ରଖି ଅଜା ମାରୁଛନ୍ତି ଗୁଳି,
ଆମ ବାଣ ଯଦି ବାଜିବ ଦେହେ; ତମେ ଯିବ ସିଧା ଗଳି...!
ଥାଉ ମ ଥାଉ, ମିଛ ଧମକାଣ ଦେଖାନା ଆଉ; ତମ କ୍ଷମତା ଆମକୁ ଜଣା;
ପରବୁଦ୍ଧି ନେଇ ସିଆଣା ହୁଅ, ହେବ ନିଶ୍ଚେ ବାଟବଣା !
ସିଏ ନୁକଟି ନୁହେଁ କାହାର, ଯାହାକୁ ଭରସା କରି;
ଅଯଥା ଡରାଣ ଦେଖାଅ ଆମକୁ, ଆମେ କି ଯାଉଛୁ ଡରି ...?
ସ୍ବାର୍ଥ ସରିଲେ ମାରିବ ନାତ, ବେଳହୁଁ ସତର୍କ ଥାଅ;
ଆତ୍ମସ୍ବାର୍ଥ ଛଡ଼ା ଜାଣେନା କିଛି, ନୁହେଁ ସେ କାହାର ନୁହଁ।
ସୁଧୁରି ଯାଅ, ବେଳ ଥାଉ ଥାଉ ସୁଧୁରି ଯାଅ, ନହେଲ ଦେଖିବ ରୂପ;
ଆମ ମଥାକୁ ଚଢ଼ିଲେ ରାଗ; ଫଟୋରେ ଲାଗିବ ଧୂପ...!
/filters:format(webp)/sambad/media/media_files/2025/08/13/untitled-2025-08-13-14-40-38.jpg)
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାକିସ୍ତାନକୁ ଭାରତ ବିରୋଧରେ ବ୍ୟବହାର କରି ଆମ ଦେଶକୁ ଧମକ ଦେଇ ଚାଲିଛି। ହେଲେ ଆମ ଦେଶ ଭାରତ ସେ ଧମକକୁ ଟିକେ ବି ଖାତିର୍ କରୁନାହିଁ। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/13/new-project-39-2025-08-13-13-57-57.jpg)