ଭୁବନେଶ୍ବର:
ଜଗିଛି ପ୍ରଶାସନ ଆମର ଆମର ଡେଙ୍ଗୁରା ପିଟି
ପଡ଼ୋଶୀ ଫାଇଦା ଭିଡ଼େ ନିଇତି ନିଇତି ଗୋଛିକାଟି।
ସୀମାନ୍ତେ ରୁହନ୍ତି ଯିଏ, ସବୁଠୁ ବଡ଼ ସିଆଣା ସିଏ
ଏ କହେ ମୋର ବୋଲି, ସେ କହେ ମୋର ଇଏ।
ଦି’ପଟୁ ମିଳୁଛି ଲାଭ, ଖାଇବା ମିଳୁଛି ପେଟକୁ ବାଗ
କି ଲୋଡା ଆଉ ତାହାଙ୍କୁ ମିଳୁଛି ଯଦି ଡବଲ୍ ସାଙ୍ଗ।
ପ୍ରଶାସଅ....ନ ଆମର ନିଜକୁ ଭାବେ ଚତୁର
ଜାଣି ତ ପାରୁନି ଜମା କେମିତି କଟୁଛି ଚେର।
ଫସଲ ହୋଇଲା ଶେଷ, ଏଥର ନୀରବେ ବସ
ପଶିଣ ଆନ୍ଧ୍ରର ଗୋରୁ ଖାଇବେ ସଂପୂର୍ଣ୍ଣ ଶସ୍ୟ।
/filters:format(webp)/sambad/media/media_files/2025/08/14/untitled-2025-08-14-16-49-52.jpg)
କୋଟିଆ ସମେତ ଅନେକ ସୀମାନ୍ତ ଗାଁରେ ଅଘୋଷିତ ଦ୍ବୈତ ଶାସନ ଚାଲିଛି। ଡବଲ୍ ଫାଇଦା ମିଳୁଥିବାରୁ ସୀମାନ୍ତ ବାସିନ୍ଦାମାନେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ସହ ସମଦୂରତା ରକ୍ଷା କରିଛନ୍ତି। ଯେଉଁଠୁ ଅଧିକ ମିଳିଲା କିଛି ଦିନ ପାଇଁ ସେପଟକୁ ଢଳୁଛନ୍ତି। ଏଥିପାଇଁ ଅଞ୍ଚଳବାସୀଙ୍କ ଦୁଆର ମୁହଁରେ ଯୋଜନା ନେଇ ପହଞ୍ଚିବାକୁ ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଏହାକୁ ନେଇ ଆଜିର କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/14/new-project-17-1-2025-08-14-16-53-41.jpg)