ଭୁବନେଶ୍ବର:
ଚାଲ.. ସ୍ବାଧୀନ(ତା) ଦିବସ ପାଳିବା,
ହାତରେ ପତାକା ଧରିବା;
ଭାରତ ମାତାକୀ ଜୟ ବୋଲି କହି ବୁନ୍ଦିସେଓ ଧରି ଫେରିବା।
ଚାଲ..ଦେଶାତ୍ମକ(ବୋଧ) ଗୀତ ଗାଇବା
ଚିଲେଇ ଭାଷଣ କହିବା;
ତଣ୍ଟି, ପାଟି ଯେବେ ଦରଜ ହୋଇବ ଘରେ ଆସି ଭାଇ ଶୋଇବା।
ତମ ମୁହଁକୁ ସରମ ଲାଗୁନି
କି ମୋତେ ଟିକେ ବିଷ ମିଳୁନି;
ଦିନ ପାଳି ପାଳି ଜୀବନ ଯାଉଛି, ବ୍ୟବସ୍ଥା ସୁଧୁରି ପାରୁନି।
ଆରେ କି ଢଙ୍ଗ ତମେ ଧରିଛ
ଭାଇ ! କାହିଁକି ଏ ରାଲି କରୁଛ?
ନାରୀଟିଏ ଏଠି ନୀତି ଜଳି ମରେ, ତମେ ପତାକା ହଲେଇ ଚାଲୁଛ?
ଧିକ୍ ମୋର ନାରୀ ଜୀବନ
ମୁଁ କେବେଠୁ ହେଲିଣି ସ୍ବାଧୀନ
ସ୍ବାଧୀନତା ମୋତେ ଏଯାଏ ମିଳିନି, ପରାଧୀନେ ବିତେ ଜୀବନ
ମୁଁ ଶୁଭେଚ୍ଛା ବାର୍ତ୍ତା ଦଉଛି
ହାପି, ହାପି ବୋଲି କହୁଛି
ସତରେ ମୁଁ କେଡ଼େ ଭାଗ୍ୟବତୀ ହାଏ.. ସେତିକି ତ କରିପାରୁଛି !
/filters:format(webp)/sambad/media/media_files/2025/08/15/untitled-2025-08-15-13-52-02.jpg)
ଆଜି ୭୯ତମ ସ୍ବାଧୀନତା ଦିବସ ପାଳୁଛି ପୂରା ରାଷ୍ଟ୍ର। ହେଲେ ଆଜି ମଧ୍ୟ ଭାରତବର୍ଷର ନାରୀଟିଏ ହତ୍ୟା, ଦୁଷ୍କର୍ମ, ଅସଦାଚରଣ ଭଳି କୁକର୍ମର ଶିକାର ହେଉଛି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/15/new-project-58-2025-08-15-13-34-51.jpg)