ଭୁବନେଶ୍ବର:
ଶୋଷରେ ଯଦି ଶୁଖିବ ତଣ୍ଟି
ଛେପ ଟିକେ ଦବ ଢୋକି,
ନଦୀ ପାଣିକୁ ଭରସା କଲେ
ଜମ ନେଇଯିବ ଡାକି।
ନଦୀର ଜଳ ଭାରି ନିର୍ମଳ
ନୁହେଁ ଗାଡ଼ିଆ ପରି,
ସେକଥା ଆଉ ଭାବିବ ନାହିଁ
ଭାବିଲେ ଯିବ ମରି।
ନଦୀ ଜଳରେ ଜହର ମିଶା
କଥାଟି ପୂରା ସତ,
ମଇଁଷି ଯଦି ଭାସିଲା ଜଳେ
ଆମ କଥା ଟିକେ ଚିନ୍ତ।
ଚିଙ୍ଗୁଡ଼ି ମାରିବା ପାଇଁକି ସିନା
ମିଶାଇଦେଲ ବିଷ,
ମଇଁଷି ଜାଗାରେ ମଣିଷ ଥିଲେ
ଭାବ ହୋଇଥାନ୍ତା କିସ !
ଉଡ଼ା ଚଢ଼େଇ ଉଡ଼ି ଉଡ଼ିକା
ଶୋଷିଲା ହୋଇ ଫେରି,
ଟିକିଏ ପାଣି ନପାଇ ସିଏ
ଶୋଷରେ ଯିବ ମରି।
/filters:format(webp)/sambad/media/media_files/2025/08/19/untitled-2025-08-19-18-58-02.jpg)
ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି ନଦୀରେ ମରି ଭାସୁଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରେ ୭୩ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ରବିବାର ଏଭଳି ଅବିଶ୍ବସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁ ପରେ ତିନିଜଣ ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନଦୀରେ ଚିଙ୍ଗୁଡ଼ି ମାରିବା ପାଇଁ ବିଷ ପକାଯାଇଥିବା ବେଳେ ସେହି ବିଷପାଣି ପିଇ ମଇଁଷିଗୁଡ଼ିକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/19/new-project-16-2025-08-19-17-39-56.jpg)