ଭୁବନେଶ୍ବର:
ଛାଡ଼ନାରେ ଛାଡ଼ନାରେ
ହାତ ମୋର ଛାଡ଼ନା,
ବିଶ୍ବ ଦରବାରେ ମୋତେ
ଲୋକ ହସା କରନା.. !
ଛାଡ଼ି ମାନ-ଅଭିମାନ
କଥା ମୋର ମାନିଯା,
ଅସ୍ତ୍ରଶସ୍ତ୍ର ଫିଙ୍ଗି ଦେଇ
ବନ୍ଧୁ ତୁମେ ବନିଯା।
ସଭିଏଁ କହିବେ ମୋତେ
ବିଶ୍ବ ଗୁରୁ ବୋଲିକି
ପାଇବି ମୁଁ ପୁରସ୍କାର
ହୋଇ ତୁମ ମଧ୍ୟସ୍ଥି।
ନୋବେଲ ଶାନ୍ତି ସମ୍ମାନ
ମିଳିଯିବ ଏଥର,
ଲଢ଼ନାରେ ଲଢ଼ନାରେ
ମାନିଯା କଥା ମୋର।
/filters:format(webp)/sambad/media/media_files/2025/08/20/untitled-2025-08-20-17-44-04.jpg)
ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରି ଚାଲିଛନ୍ତି। ଦୁଇ ଦେଶ ମଧ୍ୟରେ ଯଦି ସେ ଯୁଦ୍ଧବିରତି କରାନ୍ତି ତ ତାଙ୍କୁ ବିଶ୍ବ ଶନ୍ତି ପୁରସ୍କାର ମିଳିବ ବୋଲି ସେ ଆଶାବାଦୀ ମଧ୍ୟ ଅଛନ୍ତି। ଯେପରି ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ସେ ଯୁଦ୍ଧବିରତି କରାଇଥିଲେ ବୋଲି ଡେଙ୍ଗୁରା ପିଟୁଥିଲେ, ଏବେ ରୁଷ୍-ୟୁକ୍ରେନ୍ ମଧ୍ୟରେ ସତସତିକା ଯୁଦ୍ଧ ବିରତି କରାଇ ଶ୍ରେୟ ନେବାକୁ ଚାହୁଁଛନ୍ତି। ତାହାକୁ ନେଇ ଆମର ଏକ କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/20/new-project-6-2025-08-20-17-28-07.jpg)