ଭୁବନେଶ୍ବର:
ରାତାରାତି ହେବା ପାଇଁ କୋଟିପତି
ଖେଳୁଥିଲି ଗେମ୍ ମୁଁ ଯେ ଦିନରାତି।
ଭାବିଥିଲି ଦିନେ ବଢ଼ିବ ମୋ ଧନ
ହେଲେ ଲୁଟିଯାଇ ହେଲି ହିନିମାନ।
ବଢ଼ି ବଢ଼ି ଗଲା ମନରେ ମୋ ଆଶା
ଖେଳ ପାଲଟିଲା ସତେ ଜୁଆ ନିଶା।
ଟଙ୍କା ପରେ ଟଙ୍କା ହରେଇ ଚାଲିଲି
କାହିଁକି ଏ ଭୁଲ୍ କଲି ମୁଁ ଭାବିଲି।
ସାପ ପରି ଖେଳ କରିଲା ଯେ ଗ୍ରାସ
ସବୁ ହରାଇ ମୁଁ ହେଲି ସର୍ବନାଶ।
ଏ ନର୍କରୁ ମୋତେ କର ହେ ଉଦ୍ଧାର
ମୋ ଗୁହାରୀ ଟିକେ ଶୁଣ ସରକାର।
ଅନ୍ଲାଇନ୍ ଗେମିଂ ବିଲ୍ ଜରିଆରେ
କରହେ ଉଦ୍ଧାର ମୋତେ ତୁମେ ବାରେ।
ରାଜ୍ୟସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧ ମଧ୍ୟରେ 'ଅନଲାଇନ୍ ଗେମିଂ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ବିଲ୍ ୨୦୨୫' ବିଲ୍ ପାରିତ ହୋଇଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ସମାଜ ପ୍ରତି ଯେକୌଣସି ବିପଦକୁ ଦୂରେଇ ରଖିବା। ଏହି ବିଲ୍ କେବଳ ଏବଂ କେବଳ ଅନଲାଇନ୍ ମନି ଗେମିଂକୁ ବିରୋଧ କରେ। ଏହାକୁ ନେଇ ଆଜିର ଏ କାର୍ଟୁନ। ଦିହକୁ ନେବେନି।