ଭୁବ‌ନେଶ୍ବର: ହଇଲୋ ଜାଣିଛ ନା...! ଭାବିଥିଲି ଅନ୍‌ଲାଇନ୍‌ ଗେମିଂ ଟିକେ ଖେଳିମି...! ପାଞ୍ଚ୍‌ ଦେଇ ପଚାଶ ପାଇମି...! ଧେତ୍‌ ମୋ ପୋଡ଼ା କପାଳ ଲୋ ! ଦରମା ଗଲା, ସଞ୍ଚୟ ଗଲା, ବାପାର ଗଲା, ଭାଇର ଗଲା, ପୂରା ବୁନିଆଦିର ଟଙ୍କା ସେଇ ଗେମିଂ ଆପ୍‌ରେ ଚାଲିଗଲା। ହେଲେ ମୋ ଟଙ୍କା କାଇଁ? କିଏ ଏବେ ଫେରସ୍ତ କରିବ? କାହାକୁ ମାଗିବି ମୁଁ। ବୋଉ... ବୋଉ...ବୋଉଲୋ...!

ଇଲୋ ବୋଉଲେ..! ଏତେ ଲୋଭ ମୁଁ କାଇଁକି କଲି?

ଆମ୍ବ ଦେଖିକି ଧାଇଁଲି ସିନା, ବଦଳରେ ଆମ୍ବଡ଼ା ପାଇଲି...!

ଦୂରରୁ ଦେଖିଲି ସବୁଜ, ସୁନ୍ଦର; ପାଖରେ ଟାଙ୍ଗରା ଭୂଇଁ

ନଜାଣି, ନବୁଝି ଫିଙ୍ଗି ଦେଇ ଟଙ୍କା ସର୍ବସାନ୍ତ ହେଲି ମୁହିଁ..!

ଇଲୋ ବୋଉଲୋ..! ଲୋଭ ଦେଖାଇ କଲା ସେ ଚଳୁ

ଲାଭ ଆଶାରେ ମଲି ମୁଁ ମୂଳୁ !

ଇଏ କି କଥା ...? 

ସପନ ଦେଖାଅ ଅମ୍ବାନୀ ପରି,

ଦରିଦ୍ର ହୋଇ ମୋ ଛିଣ୍ଡିଲା ଜୋତା ...!

ଇଲୋ ବୋଉଲୋ..! ନଜାଣି ଜାଲରେ ହୋଇଛି ଛନ୍ଦୀ

ପଇସା ଲୋଭରେ ହେଲି ମୁଁ ବନ୍ଦୀ

ମୁକୁଳି ପାରୁନି ଆଉ ସେ ଜାଲରୁ,

ଗାଲ ଚିପି ମୋର ଦେଏଲୋ ଖୁନ୍ଦି।

ଜାଣି ଗଲି ସବୁ ଗେମିଂ ଚାଲ,

ଗରିବଙ୍କ ପାଇଁ ବିଛାନ୍ତି ଜାଲ,

ଧନୀ ହେବା ପାଇଁ ବିଚରା ଗରିବ,

ଘରକୁ ଫେରନ୍ତି ହୋଇ ବେହାଲ।

ଇଲୋ ବୋଉଲୋ..! ଥାଉ ଥାଉ ବୋଉ ସେତିକି ଥାଉ

ବେଶି ଟଙ୍କା ଲୋଡ଼ା ନାହିଁ ଲୋ ଆଉ

ଗଣ୍ଡିଏ ଖାଇବି, ଖଣ୍ଡି‌ଏ ପିନ୍ଧିବି

କାନ ଧରୁଛି ଲୋ ମୋ ସୁନା ବୋଉ।

Advertisment

Untitled

ଆଜିକାଲି ଅନ୍‌ଲାଇନ୍‌ ଗେମିଂ ଆପ୍‌ରେ ଲୋକ ଅଧିକ ଟଙ୍କା ଉପାର୍ଜନ କରିବା ଲୋଭରେ ନିଜର ସବର୍ସ୍ବ ହରାଉଛନ୍ତି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ