ଭୁବନେଶ୍ବର: ମରିଗଲା ଲୋ ମରିଗଲା...! ମୋ ଧାନ ଗଛ ସବୁ ମରିଗଲା। ମୋ ଚାଷ ପୂରାପୂରି ଉଜୁଡ଼ି ଗଲା। ହେ ସରକାର...! ଏବେ ଦୂରରୁ ମଜା ଦେଖୁଥା। ଖାଇବାକୁ ନପାଇ ଯେତେବେଳେ ରାଜ୍ୟବାସୀ ଛଟପଟ ହେବେ ସେତେବେଳେ ତମେ ବି ପଡ଼ିଶା ଆଗରେ ହାତ ପାତିବ, ଯେମିତି ଆଜି ଆମେ ପାତିଛୁ ତମ ଆଗରେ; ସାର ଟିକକ ପାଇଁ। ସେତେବେଳେ ଆମେ ବି ମଜା ଦେଖିବୁ।
ଖରାକୁ ଖାଉଛୁ, ଝାଳକୁ ପିଉଛୁ;
ମାଟିରେ କରୁଛୁ ସ୍ନାନ
ଦୟା ବଦଳରେ ହନ୍ତସନ୍ତ କରି
ନେଉଛ ଆମ ଜୀବନ।
ଖଟିଖିଆ ଆମେ, ଲୁଟିଖିଆ ନୁହଁ
ଏତିକି ତ ବୁଝ ନାହିଁ;
ତମ ପାଇଁ ଆମେ କାଇଁକି ଖଟିବୁ
ଭୂଇଁରେ ଲୋଟିମୁ କାଇଁ?
ଚାଷ ପାଇଁ ଆମେ ହେଇ ହନ୍ତସନ୍ତ
ପାଉଛୁ ନକଲି ସାର;
ତାରିଖ ଉପରେ ତାରିଖ ମିଳୁଛି
ସମସ୍ୟା ହେଉନି ଦୂର।
ଚାଷୀମାନଙ୍କୁ ତ ଭକୁଆ ବନାଇ
ଆଜିକାଲି ଦେବୁ କହି
ଦିନ ପରେ ଦିନ ବିତେଇ ଦଉଛ
ଗୁହାରୀ ଶୁଣୁନ କେହି।
ହଇଓ..! କାଇଁକି ଇମିତି ହଉଛ?
ଆମେ ଯଦି ଯଦି ଆଜି ଚାଷ ଛାଡ଼ି ଦମୁ
କିଅଣ ଖାଇବ ଭାବିଛ?
ଆମ ଧାନ ଗଛ ମରିଗଲାଣି,
ପୁଣି, ଚାଷ ଜମି ଆଁ କଲାଣି;
ଆଜି ଦବୁ କାଲି ଦବୁ ବୋଲି କହି
ତମେ କେତେ କିଲୋ ସାର ଦେଲଣି?
ଲଜ୍ଜା ନାହିଁ ତମ ମୁହଁକୁ...!
ଖାଲି ବାବୁ ବୋଲାଉଛ ନାଁଅାଆକୁ
ସାର ଟିକେ ପାଇଁ ଅନେଇ ବସିଛୁ
ତମେ ବିଷ ଫିଙ୍ଗ ଆମ ଆଁଆକୁ!
/filters:format(webp)/sambad/media/media_files/2025/08/26/untitled-2025-08-26-15-38-51.jpg)
ସାର ଅଭାବରେ ଚାଷୀଭାଇମାନେ ସରକାରଙ୍କ ଉପରେ ରାଗିପି ପଞ୍ଚମ। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/26/new-project-11-2025-08-26-15-11-13.jpg)