ଭୁବନେଶ୍ବର:ଜୀବନ ଗଲେ ପଛେ ଯାଉ। ଗୋଟିଏ ଜୀବନ ପାଇଛି। ଉପଭୋଗ କରିମିନି କ’ଣ ଘରେ ବସି ବସି କାଟିଦେମି ନା କ’ଣ...? ସୋସିଆଲ୍‌ ମିଡିଆର ଜମାନା। ମୁଁ ଯଦି ରିଲ୍ସ, ଫିଲ୍‌ସି ଟିକେ ନକରେ, ପଛରେ ପଡ଼ିଯିମିନି? ଆଚ୍ଛା କହିଲ, ଏ ସମାଜ ମୋତେ ସମ୍ମାନ ଦବ? ସେଥିପାଇଁ ମୋ ଜୀବନ ପଛେ ଯାଉ, ମୋତେ ରିଲ୍ସ ଛାଡ଼ିବା କଥା ଜମା କହିବନି ହାଁ...!

ଆରେ ବାବୁ! ବୁଝାଇ କହିଲେ ସୁଝାଇ କହିଲେ

ମନ କି ମୋର ମାନୁଛି...?

ରିଲ୍ସ ମାୟାରେ ଦୁନିଆଟା ବାୟା

କିଏ ବା ନ କରୁଛି...?

ଆଜିକା ଦିନରେ ରିଲ୍ସ ନକଲେ

ଫଛରେ ପଡ଼ିବି ମୁହଁ;

ପଛୁଆ ଲୋକଟି ଭାବି ମୋତେ କେହି

ସନମାନ ଦେବେ ନାହିଁ।

ପୁଣି, ଟଙ୍କା ରୋଜଗାର ହଉଛି...

ସେଥିପାଇଁ ଯଦି ଜୀବନ ଯାଉଛି;

ତା’କୁ ବି କିଏ ସେ ଡରୁଛି...?

ବିପଦ ଜାଗାରେ ପାଦ ଦେଲେ ସିନା

ଭିୟୁ ଟିକେ ମୋର ବଢ଼ିବ;

ଘରେ ବସି ବସି ସୁରକ୍ଷା ଖୋଜିଲେ

କିଏ ବା କାହିଁକି ଦେଖିବ...?

ଭିୟୁ ବଢ଼ାଇବା ପାଇଁକି;

ଜୀବନ ପଛକେ ବାଜି ଲାଗୁ ମୋର

ପଛଘୁଞ୍ଚା ଦେବି ନାଇଁଟି।

ଭାଇ ସବୁ କଥା ମୁଁ ଜାଣିଛି,

ମରଣ ବାଟରେ ଜଗିଛି;

ତଥାପି କାଇଁ ରିଲ୍ସ ନକଲେ

ମନ ଗୁଡୁଗୁଡୁ ହଉଛି।

Advertisment

Untitled

ଆଜିକାଲି ରିଲ୍ସ ମାୟାରେ ଲୋକେ ଏତେ ବାୟା ଯେ ବିପଦ, ସଂପଦ ଜାଣିପାରୁନାହାନ୍ତି। ଅନେକ ସମୟରେ ରିଲ୍ସ କରୁ କରୁ ଅଧିକାଂଶ ଲୋକଙ୍କ ଜୀବନ ଯାଉଛି। ତାହାକୁ ନେଇ ଆଜିର ଏ କାର୍ଟୁନ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ