ଭୁବନେଶ୍ବର:ନୂଆଁଖାଇ ଆସିଛି ରେ...ମାନଅଭିମାନ ଛାଡ଼। ଚାଲ ଭାଇ ଭାଇ ହୋଇ ଚଳିବା, ପରସ୍ପରଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା। ନୂଆ ଖାଇ, ନୂଆ ପିନ୍ଧିବା। ପଶ୍ଚିମ ଓଡ଼ିଶା ଚାଷୀଭାଇଙ୍କ ଗଣପର୍ବକୁ ଟିକେ ନିଆରା କରିବା।
ଭୁଲି ରାଗରୁଷା, ମାନଅଭିମାନ
କଲି ନୂଆଁଖାଇ ଜୁହାର;
ପଶ୍ଚିମଓଡ଼ିଶା ଭାଇଭଉଣୀଙ୍କୁ
ଶୁଭେଚ୍ଛା ବାର୍ତ୍ତାଟି ମୋହର।
ପୂରୁବ, ପଶ୍ଚିମ, ଉତ୍ତର, ଦକ୍ଷିଣ
ଜାଗା ଭାଗବଣ୍ଟା ଛାଡ଼ିବା;
ସରବେ ଆମେ ତ ଓଡ଼ିଆ ସନ୍ତାନ
ଭାଇଭାଇ ପରି ଚଳିବା।
ଚାଷୀଭାଇଙ୍କର ଗଣପରବ
ନୂଆଁଖାଇ ପରା ଆସିଛି;
ନୂଆ ଖାଇ, ନୂଆ ପୋଷାକ ପିନ୍ଧିକି
ରାନୁ ମାଉସୀ ମୋ ହସୁଛି।
ପିଠାପଣା ଆଉ ନାନା ବ୍ୟଞ୍ଜନରେ
ମହ ମହ ଘର ବାସୁଛି;
ଭେଟଘାଟ ପାଇଁ ବିଦେଶୀ ପୁଅଟା
ଗାଁକୁ ତ ଫେରିଆସିଛି।
ଭାଇ... କଲି ନୂଆଖାଇ ଜୁହାର
ଆଉ ଥରେ କୁହେ, ଶୁଭେଚ୍ଛ ବାର୍ତ୍ତାଟି
ଗ୍ରହଣ କର ହେ ମୋହର।
ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ। ପ୍ରତିବର୍ଷ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ନୂଆଁ ଧାନ ଓ କୁରେ ପତ୍ର ଆଣି ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଓ ନୂଆଁ ଧାନ ଅର୍ପଣ କରିବା ବିଦ୍ଧି ରହିିଛି। ରାଜ୍ୟରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ରହିଥିବା ସମସ୍ୟା ସତ୍ତ୍ବେ ବି ଏହି ପର୍ବକୁ ପୂରା ଓଡ଼ିଶାବାସୀ ସମ୍ମାନ ଜଣାନ୍ତି। ତାହାକୁ ନେଇ ଆଜିର କାର୍ଟୁନ।
/filters:format(webp)/sambad/media/media_files/2025/08/28/untitled-2025-08-28-13-20-52.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/28/new-project-3-1-2025-08-28-13-37-00.jpg)