ଭୁବନେଶ୍ବର: ମୋ କାମ କିଛି ଦେଖନା ହୋ...ମୋ ନାମ ଶୁଣି ମୋତେ ପୁରସ୍କାରଟା ଦେଇଦିଏ। ଆଚ୍ଛା କହିଲ, ରୁଷ-ୟୁକ୍ରେନ୍ ଯୁଦ୍ଧଟା ବନ୍ଦ୍ କରିଦେମି ବୋଲି କଉଛି, ସେତିକି କ’ଣ ଯଥେଷ୍ଟ ନୁହଁ? ତା’ ଛାଡ଼ା ଅତୀତରେ ପୁଣି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ମୁଁ ବନ୍ଦ୍ କରେଇଛି ବୋଲି କଇଥେନି ନା ନାଇଁ...? ଅବଶ୍ୟ ମିଛ ଟିକେ କହି ଦେଇଥିନି, ହେଲେ ତମେ ସେଗୁଡ଼ା ଧରନା। ମୁଁ କ’ଣ କରୁଛି ତମେ ଜମା ଦେଖନା, ମୁଁ ଯାହା କଉଛି; ତାକୁ ଶୁଣି ମୋତେ ନୋବେଲ୍ ଶାନ୍ତି ପୁରସ୍କାରଟା ଦେଇଦିଏ। ଏଇ ପୁରସ୍କାର ପାଇଁ ଆଉ କେତେ ବର୍ଷ ଅନେଇ ବସିମି କଇଲ?
ଅବଶ୍ୟ ସ୍ବଭାବ ମୋର ଅଳିଆ;
ହେଲେ ମୁଁ, ପୁରସ୍କାର ପାଇଁ ନାଳୁଆ।
ଦେଇ ଦିଅ ମୋର ହାତରେ
ଯେମିତି, ମୁକୁତା ବାନର ବେକରେ।
କେତେ ଆଉ ଲବି କରିବି,
କେତେ ଆଉ ଢୋଲ ପିଟିବି?
ନୋବେଲ ଶାନ୍ତି ପୁରସ୍କାର ପାଇଁ
ଆଉ, କାହାକୁ ମୁଁ ତେଲ ମାରିବି?
ମୁଁ, ଲଗେଇଛି ସନ୍ୟସାମନ୍ତ
ସେ କରିବେ ମୋ ପାଇଁ ମାମଲ୍ତ
ଶାନ୍ତି ପୁରସ୍କାର ମୁଁ ନପାଇଲେ
ସିଏ, କରିବେ ଖରାପ ହାଲତ।
୨୦୨୫ର ନୋବେଲ ଶାନ୍ତି ପୁରସ୍କାର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ଆମେରିକା ଏବେ ଲବି କରିବା ଆରମ୍ଭ କରି ସାରିଲାଣି। ଏଥିପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। ଅକ୍ଟୋବର ମାସରେ ବିଜେତା ଘୋଷଣା ପାଇଁ ନୋବେଲ ପୁରସ୍କାର କମିଟି ଅଣ୍ଟା ଭିଡ଼ୁଥିବା ବେଳେ ଟ୍ରମ୍ପ କ୍ୟାବିନେଟ୍ ଏକ ଲବି ଗ୍ରୁପ୍ର ରୂପ ନେଇଛି। ତାହାକୁ ନେଇ ଆଜିର ଏ କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/29/new-project-5-1-2025-08-29-14-12-49.jpg)