ଭୁବନେଶ୍ବର:ହଇଓ ବାବୁ! ପୁରୀ ବାହାରିଛ କି? ଆରେ ବାବୁ ଜଗନ୍ନାଥ ମନ୍ଦିରରେ କେତେ ଭିଡ଼ ହଉଛି ଜାଣିଲଣି ନା ଖାଲିଟାରେ ବାହାରି ପଡୁଛ ମ? ହେଲେ ତମେ ଜମା ଚିନ୍ତା କରନ୍ତି। ଆମ ୱେବ୍ସାଇଟ୍ରେ ଟିକେଟ୍ କାଟ, ତମ ଦର୍ଶନ ଦାୟିତ୍ବ ଆମର। କ’ଣ ମ ତାକୁ କହନ୍ତି, ଭିଆଇପି ଦର୍ଶନ। ସେଇଟା ଆମେ ତମକୁ କରେଇ ଦମୁ। ପ୍ରଶାସନ ମନା କଲେ କରୁ, ସେ ଚିନ୍ତା ତମେ କରନା। ତମେ ଭଲରେ ଭଲରେ ଜଗା ଦର୍ଶନ କଲେ ହେଲା। ଟଙ୍କା ମାତ୍ର ପାଞ୍ଚ ଶହ।
ଜଗା ସାଥେ ଯଦି କରିବ ଭେଟ;
ୱେବ୍ସାଇଟ୍ରେ ଟିକେଟ କାଟ।
ଭିଆଇପି ଧାଡ଼ି ପାଇଁ ପାଞ୍ଚସ;
ଆଗ ପୈଠ କରି ମନ୍ଦିରେ ପଶ।
ପ୍ରଶାସନ କିଛି କରିବ ନାହିଁ;
ୱେବ୍ସାଇଟ୍ ଅଛି ଡରିବ ନାହିଁ।
ଆଗୁଆ ଟିକେଟ କରିବ ଏଠି;
ଦର୍ଶନ କରିବ ଆରାମେ ସେଠି।
/filters:format(webp)/sambad/media/media_files/2025/09/01/untitled-2025-09-01-16-33-49.jpg)
କିଛି ୱେବ୍ସାଇଟ ଶ୍ରୀମନ୍ଦିରରେ ମୁକ୍ତ ଦର୍ଶନ କରାଇ ଦେବାକୁ ପ୍ରଲୋଭନ ଦେଖାଇ ଭକ୍ତଙ୍କୁ ଲୁଟୁଛନ୍ତି। ମାଳମାଳ ୱେବ୍ସାଇଟ୍ ଏଥିରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି। ଶ୍ରୀମନ୍ଦିରକୁ ନେଇ ମିଛ ତଥ୍ୟ ସହ ଭିଆଇପି ଦର୍ଶନ ନାଁରେ ମୁଣ୍ଡ ପିଛା ୫ଶହ ଟଙ୍କା ରଖାଯାଇଛି। ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୌଣସି ପ୍ରକାର ଆର୍ଥିକ ଦେଣନେଣର ପ୍ରାବଧାନ ନାହିଁ। ଏହା ସତ୍ତ୍ବେ ୱେବ୍ସାଇଟ୍ରେ ଲେଖାଯାଇଛି, ଗହଳିମୁକ୍ତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଭିଆଇପି ଦର୍ଶନ ପାସ୍ର ବ୍ୟବସ୍ଥା କରିଛି। ଏଭଳି ଭ୍ରମିତ ତଥ୍ୟ ୱେବ୍ସାଇଟ୍ରେ ଲେଖି, ଅନ୍ଲାଇନ୍ରେ ଅର୍ଥ ଠକେଇ କରିବାର କୌଶଳ ଆପଣାଇଛନ୍ତି। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/01/new-project-12-1-2025-09-01-16-14-25.jpg)