ଭୁବନେଶ୍ବର:
ଥରିଲାଣି ଧରାପୃଷ୍ଟ, ଭାସିଲାଣି ଭୂଇଁ;
ଯୁଦ୍ଧ ପରେ ଯୁଦ୍ଧ ଚାଲେ ଶାନ୍ତି ଟିକେ ନାହିଁ।
ମାଆ ମାଆ ବୋଲି ମୋତେ କହିଲେ ବି ଯେତେ
ମାଆର ସୁରକ୍ଷା ପାଇଁ କିଏ ଅବା ଚିନ୍ତେ?
ଦେଶ-ଦେଶ ମଧ୍ୟେ ଯୁଦ୍ଧ ଟପିଲାଣି ସୀମା
କେଉଁଟି ଭୂକମ୍ପ ପୁଣି କେଉଁଠାରେ ବନ୍ୟା।
ପ୍ରକୃତିର ଯତ୍ନ ଯଦି ନେଇ ନପାରିବ;
ଅତି ଶୀଘ୍ର ମୃତ୍ୟୁ ମୁଖେ ସବୁ ପଶିଯିବ।
ଏମିତି ଅଶାନ୍ତି କରି କେମିତି ରହୁଛି
ମଣିଷ ହେଇ ଏସବୁ କେମିତି ସହୁଛ?
ଧିକ୍ରେ ମାନବ;
ଦିନକୁ ଦିନ ସାଜୁଛ ସତେକି ଦାନବ!
ପ୍ରକୃତିର ତାଣ୍ଡବ ରୂପ ଏଇ କେତେ ଦିନ ମଧ୍ୟରେ ଆମେ ସଭିଏଁ ଦେଖି ସାରିଲେଣି। ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ଉପୁଜି ଅନେକ ଜୀବନ ଗଲାଣି। କେଉଁଠି ଘର ଭାସୁଛି ତ କେଉଁ ଅଫିସ୍ରେ ପାଣି ପଶିଲାଣି। ଖାଲି ସେତିକି ନୁହେଁ ଭୂକମ୍ପ ବି ମାନବଜାତିର ଅନେକ କ୍ଷୟକ୍ଷତି କରି ସାରିଲାଣି। ତା’ ଉପରେ ମଧ୍ୟ ରଷ-ୟୁକ୍ରେନ୍ ଯୁଦ୍ଧ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା, ଆମେରିକା-ରୁଷ ଶତ୍ରୁତା ଆଦି ମଣିଷ ସଂପର୍କକୁ ଦୁର୍ବଳ କରିବାରେ ଲାଗିଛି। ଏହାକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/04/new-project-40-2025-09-04-15-58-27.jpg)