ଭୁବନେଶ୍ବର: ବସ୍… ବସ୍… ଏନଏସିକୁ ବସ୍… କିଏ ଯିବ ଧଅଡ଼ି ଆସ.. ଧଅଡ଼ି ଆସ… ବାସ୍ ତାପରେ ଆରମ୍ଭ ହେଇଗଲା ପ୍ରତିଯୋଗିତା, ଯିଏ ଜୋରରେ ଧାଇଁବ ସିଏ ବସ୍ ଧରିବ ଆଉ ବସରେ ବସି ଏନଏସିର ମାନ୍ୟତା ପାଇବ । ରେସରେ ଅନେକ ଥିବା ବେଳେ ସେମାନଙ୍କ ଭିତରେ ଆରମ୍ଭ ହୋଇଛି ଅସନ୍ତୋଷ, ଛକାପଞ୍ଝା । ଯିଏ ଯେତେ ଜୋରରେ ଚିଲେଇବ ସିଏ ସେତେ ଜୋରରେ ବୋଧେ ଦାବି ପୂରଣ କରିବ ଏହି ନ୍ୟାୟରେ ରାଜ୍ୟରେ ଏନଏସି ପାଇଁ ଦାବି, ଆନ୍ଦୋଳନ, ବନ୍ଦ ପାଳନ ଚାଲୁଥିବା ବେଳେ ଇତି ମଧ୍ଯରେ ମାତ୍ର ୧୨ଟି ଏନଏସି ଘୋଷଣା ହୋଇଛି ।
ପୂର୍ବ ସରକାର କାଉଲୁବାଉଲୁ ହୋଇ ଭୋଟ ଆଶାରେ କରିଦେଲେ ସିନା ଘୋଷଣା… କିନ୍ତୁ ଏ ସରକାର ପୂର୍ବ ସରକାରର ପ୍ରତିଶ୍ରୁତି ପୂରା କରୁକରୁ ହେଇଗଲାଣି ବାଟବଣା । ବିଜେଡି ସିନା ଖାଇଥିଲା ତାଳ କିନ୍ତୁ ଏବେ ବିଜେପି ସରକାରକୁ ହେଉଛି କାଳ । ଭୋଟ ଲୋଭରେ ନବୀନ ସରକାର ଅନେକ ବଡ ଘୋଷଣା କରିଥିଲେ । ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ୫୬ଟି ନୂଆ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଘୋଷଣା କରିଥିଲେ । ପ୍ରଥମେ ୩୪ଟି ଏନଏସି ଘୋଷଣା ହେବା ପରେ ଅନ୍ୟ ଦାବିଦାରମାନେ ମନ ଉଣା କରିଥିଲେ । ନିର୍ବାଚନ ବେଳ, ସମସ୍ତଙ୍କୁ ମ୍ୟାନଜ ନକଲେ, ସମସ୍ତଙ୍କୁ ଖୁସି ନକଲେ ଖେଳ ବିଗିଡିଯିବ । ଏହି ନ୍ୟାୟରେ ଦଫା ଦଫା କରି ୫୬ଟି ନୂଆ ଏନଏସି ପାଇଁ ନବୀନ ସରକାର ବଡ଼ ଘୋଷଣା କରିଥିବା ବେଳେ ରେଜଲ୍ଟ କିନ୍ତୁ ସବୁ ବିଗାଡ଼ି ଦେଲା ।
/filters:format(webp)/sambad/media/media_files/2025/08/23/nac-2025-08-23-17-32-44.jpeg)
ତାଙ୍କ ସରକାରର ପତନ ହେଲା, ୨୪ ବର୍ଷ ପରେ ନୂଆ ସରକାର ଓଡିଶା ଦେଖିଲା । ହେଲେ ପୁରୁଣା ସରକାରର ପ୍ରତିଶ୍ରୁତି ପୂରା କରୁ କରୁ ଆଣ୍ଠେଇ ପଡିଲାଣି ନୂଆ ସରକାର । ୫୬ରୁ ୧୨କୁ ଏନଏସି ମାନ୍ୟତା ମିଳିଥିଲେ ହେଁ ଆଉ ବାକିକୁ କେବେ ମିଳିବ ମାନ୍ୟତା ବୋଲି ଆନ୍ଦୋଳନ ତେଜୁଥିବା ବେଳେ ବିଜେଡିର ପ୍ରତିଶ୍ରୁତି କଣ୍ଟା ଏବେ ବିଜେପି ତଣ୍ଟିରେ ଲାଗିଛି । ଭାଇ ସରକାରରେ ଅଛ ମାନେ ସବୁ ପ୍ରତିଶ୍ରୁତି ପୂରା କରିବ ବୋଲି ବିଜେଡି ବି କେବେ ଗୋଟେ ପ୍ରେସମିଟରେ ଦାବି କରିଥିଲା…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/23/new-project-23-2025-08-23-17-26-46.jpg)