ଭୁବନେଶ୍ବର: ସୁନାରୁପା ଗଉଣି, କ୍ଷୀର ସର ଲହୁଣି.. ରାଗ ଛାଡି ମୋ ହାତରେ ବାନ୍ଧିଦେ ସୁନା ରାଖୀ ସୁନା ଭଉଣୀ… ରାକ୍ଷୀ ପୂର୍ଣ୍ଣିମା ଆସିଲେ ଆପଣ ଏବେ ଗୀତ ଶୁଣିଥିବେ । ଭଉଣୀମାନେ ରାଖୀ ବାନ୍ଧିଲା ବେଳେ ଏ ଗୀତ ବାଜୁଥିବ କିମ୍ବା ରିଲ୍ସରେ ରାଖୀ ବନ୍ଧା ଫଟୋ ସହ ଏ ଗୀତ ଲାଗିଥିବ… ରାଖୀରେ ଭାଇ ହାତରେ ଭଉଣୀ ରାଖୀ ବାନ୍ଧେ, ଫୁଲ ଚନ୍ଦନ ଦେଇ ପୂଜା କରେ, ମିଠା ଖୁଆଇ ମୁଣ୍ଡିଆ ମାରେ.. ଆଉ ଭାଇଠୁ ପାଉଣା ମାଗେ । ଭାଇ ସଙ୍ଗେ ସଙ୍ଗେ ତା ହାତରେ ଉପହାର କିମ୍ବା ଟଙ୍କା ଧରେଇ ଦିଏ । ଭଉଣୀ ଖୁସି ହେଇ ଭାଇକୁ କୁଣ୍ଢେଇ ପକାଏ ।
/filters:format(webp)/sambad/media/media_files/2025/08/09/528041978_1190737203081888_7639361533920865808_n-2025-08-09-18-42-23.jpg)
ହେଲେ ଏବେ କିନ୍ତୁ ପାଉଣା ମାଗୁନି ଭଉଣୀ… ଆଜିକାଲିର ଘଟଣା ଶୁଣି ଶୁଣି ଅତିଷ୍ଠ ହୋଇପଡ଼ିଥିବା ଭଉଣୀ ରୁଷିଛି, ଅଭିମାନ କରିଛି… ଆଉ ପାଉଣା କି ଉପହାର ବଦଳରେ ସୁରକ୍ଷା ମାଗୁଛି । ତାକୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ମାଗୁଛି । ଖାଲି ନିଜ ଭଉଣୀ ନୁହେଁ ଦୁନିଆର ସବୁ ଭଉଣୀଙ୍କ ସୁରକ୍ଷା ସହ ମହିଳାଙ୍କ ସମ୍ମାନ ପାଇଁ ଭାଇକୁ ରାଣ ଖାଇବାକୁ କହୁଛି…
/filters:format(webp)/sambad/media/media_files/2025/08/09/rakhi-2025-08-09-18-42-43.jpeg)
ଆଜିକାଲି ଟିଭି ଖୋଲିଦେଲେ ନାରୀଙ୍କୁ ନେଇ ଅପରାଧର ଖବର । ସମ୍ବାଦପତ୍ରର ପୃଷ୍ଠା ଓଲଟାଇଦେଲେ ହତ୍ୟା, ଦୁଷ୍କର୍ମ, ଦୁର୍ବ୍ୟବହାର, ଅଶ୍ଳୀଳ ଇଙ୍ଗିତ, ନିର୍ଯାତନା ଭଳି ନାରୀଙ୍କୁ ନେଇ ନାନା ଖବର । ଧିରେଧିରେ ସମାଜର ଗତି ନିମ୍ନଗାମୀ ହେଲାଣି.. କିଛି ଅସାମାଜିକ ଲୋକଙ୍କ ଆଖିର ଆକ୍ରମଣରେ ରାସ୍ତାରେ ଯାଉଥିବା ହଜାର ହଜାର ଭଉଣୀ ନିଇତି ଝୁଣ୍ଟୁଛନ୍ତି । କାହା କମେଣ୍ଟରେ ଭଉଣୀଟିଏ ଏଠି ଆଘାତ ପାଉଛି । ପ୍ରେମ ତ ପ୍ରେମ, ପ୍ରେମ ନାଁରେ ଭଉଣୀଟିଏ ପ୍ରତାରିତ ହେଇ ନିଆଁରେ ନିଜକୁ ଜାଳି ଦେଉଛି, କେଉଁଠି ପୁଣି ବ୍ଲାକମେଲିଂର ଶିକାର ହେଉଛି…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/09/new-project-24-2025-08-09-18-44-32.jpg)