'ହେଇଟି ଶୁଣୁଛ, ଆଜି କଣ ରୋଷେଇ କରୁଛ ମ' ପତ୍ନୀଙ୍କୁ ପଚାରିଲେ ବିଧୁ ବାବୁ | ପତ୍ନୀ କହିଲେ ଛେନାଗୁଡ କରିବି ନା, ହଇହୋ ତମେ ତ ପରିବା ରେଟ ଶୁଣି ଖାଲି ବ୍ୟାଗ ନେଇ ହାଟରୁ ଫେରିଆସିଲ, କହିଲ ହାତ ମାରିହେଉନି, ସୋୟାବିନ ବଡି ଖାଇ ଚଳାଇଦେବା, ଆଉ ଏବେ କଣ କରିବି କହିଲ | ବିଧୁ ବାବୁ ଡେରି କାଇଁ ବା କରିବେ, ଚଟାପଟ କହିଲେ ହଇହୋ ପରିବା ନାହିଁ ତ ନଥାଉ, ଯାଉଛି ଟିକେ ଚିକେନ ଆଣିବି | ଆଜି ତ ବାର ବି ଅଛି ତା ସାଙ୍ଗକୁ ଏ କୋହଲା ପାଗକୁ ଚିକେନ ଟିକେ କଷିଦେବ, ଗରମ ଭାତକୁ ଚିକେନ କଷା, ଓଃ କି ମଜା ଆସିବ | ରୋଷେଇଘରୁ ପତ୍ନୀଙ୍କ ସ୍ୱର ଶୁଭିଲା,'ହେଇମ ଦିପୁ ବାପା ତମେ କଣ ନିଉଜୁ ଦେଖୁନ କି, ଏବେ ପରା କଣ ଗୋଟେ ବାର୍ଡ଼ ଫୁଲ ଆସିଛି | ଗୋରା ତକତକ କୁକୁଡ଼ାଗୁଡାକ ମରିଯାଉଛନ୍ତି | ଆଉ ଜାଣିଛ ସେଗୁଡା ଖାଇଲେ ତମକୁ ବି କୁଆଡେ ବାର୍ଡ଼ ଫୁଲ ହେବ | ଏତିକି ଶୁଣି ବିଧୁ ବାବୁ ଆଉ କଣ ବା କହିବେ, ଏତିକି କହିଲେ ହଉ ଆଜି ବି ସୋୟାବିନ କର' |
ଉପରୋକ୍ତ କଥାଟି ଏବେ ପ୍ରାୟ ଘରେ ଦେଖିବାକୁ ମିଳୁଛି | ଗୋଟିଏ ପଟେ ପରିବାର ମୂଲ୍ୟ ପକେଟକୁ ଫାଙ୍କା କରିଦେଉଥିବାବେଳେ ବିକଳ୍ପ ଭାବେ ଆମିଷ ଖାଇବାକୁ ବିଚାର କରୁଥିବା ଖାଉଟିଙ୍କ ପାଇଁ ବାର୍ଡ଼ ଫ୍ଲୁର ଡର ଏବେ ଘାଣ୍ଟୁଛି | ବିଶେଷ କରି ବର୍ଷାଦିନେ ମାଛ ଖାଇବାକୁ ବିଶେଷଜ୍ଞ ମନା କରୁଥିବାବେଳେ ଚିକେନ ଖାଇବେ କେମିତି? ଆଉ ମଟନର ଯାହା ମୂଲ୍ୟ ମାସକରେ ଥରେ କି ଦିଥର ଖାଇବା ବଡ କଥା | ବର୍ଷାଦିନେ ପରିବା ସଙ୍କଟ ସାଙ୍ଗକୁ ଯୋଗାଣରେ ସମସ୍ୟା, ସେପଟେ 'କୁକୁଡ଼ା ମଡ଼କ' 'ପୋତାହେଲେ ୨୦୦ କୁକୁଡ଼ା' ଭଳି ଶୀର୍ଷକ ପଢି ଖାଉଟି ଏବେ ଟେନ୍ସନରେ ପଡିଯାଇଛନ୍ତି |
(ବି.ଦ୍ର: ମଧ୍ୟବିତ ଘରର ପରିବା ଓ ଆମିଷକୁ ନେଇ ଟେନ୍ସନ କେତେ ଅଛି ତାହା, ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ। ଦିହକୁ ନେବେନି)
କାର୍ଟୁନ: ଦେବାଶିଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/12/new-project-11-2025-07-12-18-56-37.jpg)