ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କୋଲକାତାରୁ ଏକ କାର୍ଗୋ ବିମାନରେ ବିଭିନ୍ନ ସାମଗ୍ରୀ ଆସି ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିଛି । ଏହି କାର୍ଗୋ ବିମାନରେ ଟେଷ୍ଟିଂ କିଟ୍, ପିପିଇ ଓ ଅନ୍ୟ ସାମଗ୍ରୀ ଆସିଥିବା ସୂଚନା ରହିଛି । ଏୟାର ଇଣ୍ଡିଆର ଏଲାୟନ୍ସ ଏୟାରର ବିମାନରେ ଆସିଥିବା ଏହି ସବୁ ସାମଗ୍ରୀ ଭୁବନେଶ୍ୱର ଏମ୍ସ, ଆରଏମ୍ଆରସି ଓ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ପଠାଯିବ । ଏକ ବିପଦପୂର୍ଣ୍ଣ ସମୟରେ ଏୟାର ଇଣ୍ଡିଆ ସେବା ଯୋଗାଇଥିବାରୁ କରୋନା ମୁକାବିଲା ସହ ଜଡ଼ିତ ସଂସ୍ଥାଗୁଡ଼ିକ ଆନନ୍ଦ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ବରରେ ଏକ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା କରାଯିବ।
କରୋନା ମୁକାବିଲା: ଭୁବନେଶ୍ୱରକୁ କାର୍ଗୋ ବିମାନରେ ଆସିଲା ଟେଷ୍ଟିଂ କିଟ ଓ ପିପିଇ
/sambad/media/post_attachments/wp-content/uploads/2020/04/air.jpg)