କାମ ବେଳେ ମଦ ପିଇ ହଟହଟା ହେଲେ ନର୍ସ

ଇନ୍ଦୋର: ଉଜ୍ଜୟିନୀ ଜିଲାର ଉନ୍ହେଲ ଅଞ୍ଚଳର ଏକ ଡାକ୍ତରଖାନାରେ ଜଣେ ନର୍ସ ମଦ ପିଇ ହଟହଟା ହୋଇଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚିତ ହୋଇଛି ।

ସ୍ଥାନୀୟ ଅଞ୍ଚଳର ବିନୋଦ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସୋମବାର ପ୍ରସବ ପରେ ଉକ୍ତ ମହିଳାଙ୍କୁ ରାତିରେ ଔଷଧ ଦେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଔଷଧ ଦେବାକୁ ନର୍ସଙ୍କ ଦେଖା ନ ଥିଲା । ବିନୋଦ ତାଙ୍କୁ ଖୋଜି ଖୋଜି ଯାଇ ସେ ଶୋଇଥିବା ରୁମ୍‌ରେ ପହଞ୍ଚଥିଲେ । ନର୍ସ ଜଣକ ନିଶାସକ୍ତ ଅବସ୍ଥାରେ କଥାବାର୍ତ୍ତା ସୁଦ୍ଧା କରିପାରୁ ନ ଥିଲେ । ଏହା ଦେଖି ସେ ଗଣମାଧ୍ୟମକୁ ଫୋନ୍‌ ଯୋଗେ ଜଣାଇଥିଲେ । ମିଡିଆ କର୍ମଚାରୀଙ୍କୁ ଦେଖିବା ପରେ ନିଶାସକ୍ତ ନର୍ସ ଜଣକ ବାରମ୍ବାର କ୍ୟାମେରା ବନ୍ଦ କରିବା ଓ ଆଉ ଏଭଳି ଭୁଲ୍‌ କରିବେନି ବୋଲି କହି ନେହୁରା ହେଉଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର