ଦୁର୍ଦାନ୍ତ ତପନ ଗିରଫ

ପୁରୁଣା ଭୁବନେଶ୍ୱର : ଦୁର୍ଦାନ୍ତ ଅପରାଧୀ ତପନ ଖଟେଇ ଓରଫ ତପନ(୨୩)କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଗତ ଏପ୍ରିଲ ୨୩ତାରିଖରେ ତପନ ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାନେଟୋରିୟମ୍ ଛକରେ ଥିବା ସୁଧାକର ସାହାଣୀଙ୍କ ଦୋକାନକୁ ଆସି ଦାଦାବଟି ମାଗି ତାଙ୍କୁ କଟୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀ ନଗରର ସୁଧାକର ତାଙ୍କ ସାର ଦୋକାନରେ ସନ୍ଧ୍ୟା ଧୂପ ଦେଉଥିବା ବେଳେ ତପନ ଓ ତା’ର ଦୁଇ ସହଯୋଗୀ ଆସି ବଟି ମାଗିଥିଲେ। ବଟି ନଦେବାରୁ ତାଙ୍କୁ ଆକ୍ରମଣ କରିବା ସହ ଦୋକାନରୁ ୧୭ହଜାର ଟଙ୍କା ଓ ଏକ ସୁନା ଚେନ୍‌ ନେଇଯାଇଥିଲେ। ଏନେଇ ସୁଧାକର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର