ବେଙ୍ଗାଲୁରୁ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବଂ ତାଙ୍କ ପରିବାର ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ୨ ଜଣ ଗିରଫ ହୋଇଛନ୍ତି। ଗତ ନିର୍ବାଚନରେ କର୍ଣ୍ଣାଟକର ୨୮ ଆସନରୁ ଜେଡିଏସ୍ ମାତ୍ର ଗୋଟିଏରେ ବିଜୟ ଲାଭ କରିଥିବାରୁ ଏହାକୁ ଆଧାର କରି ଦୁଇ ଜଣ ବ୍ୟକ୍ତି କୁମାରସ୍ବାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ଦୁଇ ଅଭିଯୁକ୍ତ ସିଧରଜୁ ଏବଂ ଚାମା ଗୌଡ଼ା ଫୋନ୍ରେ ୩୨ ସେକେଣ୍ଡ୍ର ଏକ ଭିଡିଓ ରେକର୍ଡ କରିଥିଲେ। ଏହି କ୍ଲିପ୍ରେ କୁମାରସ୍ବାମୀ ଏବଂ ତାଙ୍କ ପୁଅ ନିଖିଳ କୁମାରସ୍ବାମୀଙ୍କୁ ଟାର୍ଗେଟ୍ କରାଯାଇଥିଲା। ଭିଡିଓଟିକୁ ଫେସବୁକ୍ରେ ଅପଲୋଡ୍ କରାଯାଇଥିଲା। ଭିଡିଓ ଭାଇରାଲ୍ ହେବାପରେ ୨ ଜଣଙ୍କୁ ଗିରଫ କରାଯାଇଛି।
କୁମାରସ୍ବାମୀଙ୍କ ବିରୋଧରେ ଆପତ୍ତିଜନକ ଭାଷା, ୨ ଗିରଫ
/sambad/media/post_attachments/wp-content/uploads/2019/06/arrest.jpeg)
/sambad/media/agency_attachments/2024-07-24t043029592z-sambad-original.webp)