ଭୁବନେଶ୍ବର: ଚା’ରେ ନିଶା ଦେଇ ଜଣେ ନୌସେନା ଯବାନଙ୍କଠାରୁ ଲୁଟ୍ପାଟ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଲୁଟେରାମାନେ ଯବାନଙ୍କଠାରୁ ଲୁଟପାଟ କରିବା ପରେ ଆଚାର୍ଯ୍ୟବିହାର ଛକ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ। ପିସିଆର ଭ୍ୟାନ୍ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ଜିତୁ ବାଲିଆ। ସୂଚନା ମୁତାବକ, ମଙ୍ଗଳବାର ସକାଳେ ଜିତୁ ମୁମ୍ବାଇରୁ ଆସି ଭୁବନେଶ୍ବର ଷ୍ଟେସନ୍ରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଥିବା ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା କରିଥିଲେ। ଚା’ ପିଇବା ପାଇଁ ନିକଟ ଏକ ଦୋକାନକୁ ଡାକିଥିଲେ। ସେ ଚା’ ପିଇବାର କିଛି ସମୟ ପରେ ସଂଜ୍ଞାହୀନ ହୋଇଯାଇଥିଲେ। ଏହି ସୁଯୋଗରେ ଲୁଟେରାଦ୍ବୟ ତାଙ୍କୁ ଆଚାର୍ଯ୍ୟବିହାର ଛକକୁ ନେଇ ଯାଇଥିଲେ। ତାଙ୍କ ପକେଟରୁ ୫ ହଜାର ଟଙ୍କା, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍ କରିଥିଲେ। ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲା। ତାଙ୍କ ଚେତା ଫେରିବା ପରେ ସେ ଘଟଣା ବିଷୟରେ କହିବା ସହ ଘର ଠିକଣା ଦେଇଥିଲେ। ପୁଲିସ ତାଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିଥିଲା। ପରିବାରଲୋକ ଆସିବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଛି।
ଚା’ରେ ନିଶାଦେଇ ନୌସେନା ଯବାନଙ୍କୁ ଲୁଟ୍
/sambad/media/post_attachments/wp-content/uploads/2018/12/loot-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)