ଭୁବନେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣରୁ ଜଣେ ଛାତ୍ର ନିଜ ବେକ, ହାତ, ଗୋଡ଼ ଓ ଜଙ୍ଘକୁ କାଟି ପକାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଛାତ୍ର ହେଲେ, ଗଙ୍ଗେଶ୍ୱରପୁର ଶାସନର ଆଶୁତୋଷ ପତି। ସେ ବ୍ରହ୍ମପୁରରେ ରହି ବି.ଟେକ୍ ପଢୁଥିଲେ। ଗଣେଶ ପୂଜା ଛୁଟିରେ ସେ ଦୁଇଦିନ ହେବ ଘରକୁ ଆସିଥିଲେ। ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଫୋନ୍ରେ କଥା ହୋଇ ସେ ଗାଧୁଆ ଘର ଭିତରକୁ ଯାଇଥିଲେ। ଦୀର୍ଘ ସମୟ ଧରି ନ ଆସିବାରୁ ଘର ଲୋକଙ୍କର ସନ୍ଦେହ ହୋଇଥିଲା। କବାଟ ଖୋଲି ଦେଖିବା ବେଳକୁ ଛୁରି ସାହାଯ୍ୟରେ ସେ ନିଜ ଶରୀରର ବିଭିନ୍ନ ଅଂଶକୁ କାଟି ପକାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। କୌଣସି ପାରିବାରିକ ସମସ୍ୟା ନଥିବାରୁ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା କୁହାଯାଉଛି। ଖବର ପାଇ କ୍ୟାପିଟାଲ ହସ୍ପିଟାଲରେ ମୃତକଙ୍କ ବନ୍ଧୁ ଓ ପରିବାରବର୍ଗ ପହଞ୍ଚିଛନ୍ତି।
ଛାତ୍ରଙ୍କ ଆତ୍ମହତ୍ୟା, ଗାଧୁଆ ଘରେ ପଶି ବେକ କାଟି ଦେଲେ
/sambad/media/post_attachments/wp-content/uploads/2019/08/Suicide-Poison-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)