ରାଇରଙ୍ଗପୁର/ବିଜାତଳା: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କେସିଡିକେ କଲେଜ ନିକଟରେ ଆଜି ସକାଳେ ମାଟିତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ପାରିପାର୍ଶ୍ବିକ ସ୍ଥିିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି। ଦାମୁଡ଼ିଗଡ଼ା ଗ୍ରାମର ମନସୁକ ମହାନ୍ତ (୬୨) ଆଜି ଭୋର ସମୟରେ କୁସୁମ ମଞ୍ଜି ଗୋଟାଉ ଥିବା ବେଳେ ଦୁବୃର୍ତ୍ତମାନେ ଯୋଜନାବଦ୍ଧ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ। ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ରାଇରଙ୍ଗପୁର ଏସଡିପିଓ ଅମୂଲ୍ୟ କୁମାର ଧର, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ମୃତ ଦେହକୁ ଉଦ୍ଧାର କରିଥିଲେ। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ମନସୁକଙ୍କ ହତ୍ୟାକାଣ୍ଡ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ହୋଇଥିବା ସନ୍ଦେହରେ ପୁଲିସ ଦାମୁଡ଼ିଗଡ଼ା ଗ୍ରାମର ଜୟସିଂ ପାତ୍ର (୬୦) ଓ ତାଙ୍କ ପୁଅ ସୁଶାନ୍ତ ଓରଫ କନ୍ଦା ପାତ୍ର(୩୫)ଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି। ।
ଜମିଜମା ଗଣ୍ଡଗୋଳ ସନ୍ଦେହ, ବୃଦ୍ଧଙ୍କୁ ହତ୍ୟା କରି ପୋତି ଦେଲେ
/sambad/media/post_attachments/wp-content/uploads/2019/06/murder-2.jpg)