ଖଣ୍ଡଗିରି: ନାବାଳିକା ଅପହରଣ ମାମଲାକୁ ନେଇ ରବିବାର ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ଗଣ୍ଡଗୋଳ ଘଟିଛି। ଅପହର୍ତାର ବାପା ଓ ଭାଇ ନାବାଳିକାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ ଫୁଲେଶ୍ବରୀ ବସ୍ତିରେ ରହୁଥିବା ଦନେଇ ବେହେରା(ଛଦ୍ମନାମ)ଙ୍କ ନାବାଳିକା ଝିଅକୁ ସେହି ବସ୍ତିର ଜଣେ ଯୁବକ ଦୁଇଦିନ ପୂର୍ବେ ଅପହରଣ କରିନେଇଛି। ଏ ନେଇ ଦନେଇ ଉକ୍ତ ଯୁବକଙ୍କ ବାପାଙ୍କୁ ଅଭିଯୋଗ କରିବା ସହ ତାଙ୍କ ଝିଅକୁ ଫେରାଇ ଦେବାକୁ କହିଥିଲେ। ହେଲେ ଦନେଇ କୌଣସି ପ୍ରକାର ସାହାଯ୍ୟ ନ କରିବାରୁ ଆଜି ଦନେଇ ଥାନାକୁ ଯିବେ ବୋଲି ଚେତାବନୀ ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଉକ୍ତ ଯୁବକର ବାପା ଓ ବଡ଼ ଭାଇ ଦନେଇଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।
ଝିଅକୁ ଅପହରଣ, ବାପାଙ୍କୁ ଆକ୍ରମଣ
/sambad/media/post_attachments/wp-content/uploads/2019/05/xkidnap-logo-600-18-1487394779-1559116813.jpg.pagespeed.ic_.QUKvnCDe-a.jpg)