ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳ ପଣସତୋଟା ଗଳିରେ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କ ମୋବାଇଲ୍ ଫୋନ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଜାଗେଶ୍ବରୀ ମନ୍ଦିର ପାଖରେ ରହୁଥିବା ଗାୟତ୍ରୀ ପଟ୍ଟନାୟକ ଆଜି ଅପରାହ୍ଣ ସାଢ଼େ ୫ଟାରେ ତେଜରାତି ସାମଗ୍ରୀ କିଣିବାକୁ ପଣସତୋଟା ଗଳିକୁ ଆସିଥିଲେ। ହଠାତ୍ ଦୁଇ ଜଣ ଦୁର୍ବୃତ ଏକ ନାଲି ରଙ୍ଗର ପଲ୍ସରରେ ଆସି ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ସହ ସେଠାରେ ଥିବା ସିସିଟିଭି ଯାଞ୍ଚ କରିବାକୁ କହିଥିଲେ। ମାତ୍ର ଥାନାର ଡିସିଓ କହିଥିଲେ ଆମେ କ’ଣ କରିବୁ? ବରଂ ହଜିଯାଇଛି ବୋଲି ଲେଖିବାକୁ କହିଥିଲେ ବୋଲି ଅଭିଯୋଗକାରିଣୀ କହିଛନ୍ତି।
ଦିନ ଦ୍ବିପ୍ରହରରେ ଲୁଟ୍
/sambad/media/post_attachments/wp-content/uploads/2019/06/lootera-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)