ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ସହିଦ ଭଗତ ସିଂହ ପାର୍କରୁ ଜଣେ ଶିଶୁକୁ ଅପହରଣ କରିବା ଅଭିଯୋଗରେ ୪୦ ବର୍ଷୀୟ ମାଆ ଓ ପୁଅକୁ ପୁଲିସ୍ ଗିରଫ କିରିଛି ବୋଲି ଶୁକ୍ରବାର ଦିନ ପୁଲିସ୍ କହିଛି । ଅଭିଯୁକ୍ତଙ୍କ ନାମ ମୋମିନା ଓ ତାଙ୍କ ପୁଅଙ୍କ ନାମ ଫୁରକାନ(୨୫) ବୋଲି ଜଣା ପଡିଛି। ତାଙ୍କ ଘର ଫରୋଜ ଶାହାର ବାଲ୍ମିକୀ ବସ୍ତିରେ ।
ଗୁରୁବାର ଅପରାହ୍ନ ୪ଟା ୧୦ରେ ସହିଦ ଭଗତ ସିଂହ ପାର୍କରୁ ଜଣେ ଶିଶୁକୁ ଅପହରଣ କରାଯାଇଥିବା ନେଇ ପୁଲିସ୍ କଣ୍ଟ୍ରୋଲ ରୁମକୁ ଫୋନ୍ ଆସିଥିଲା ।
ତଦନ୍ତ ବେଳେ ଅଭିଯୋଗକାରୀ ମହିଳା କହିଛନ୍ତି ଗୁରୁବାର ଅପରାହ୍ନରେ ସେ ତାଙ୍କ ୬ ଜଣ ସନ୍ତାନଙ୍କ ସହ ଭଗତ ସିଂହ ପାର୍କକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରି ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । କିଛି ସମୟ ପରେ ମହିଳା ଜଣକ ପାର୍କ ବାହାରକୁ ବିରିୟାନି ଆଣିବାକୁ ଯାଇଥିଲେ । ଇତ୍ୟବସରରେ ମଉକା ଦେଖି ମୋମିନା ନାମକ ମହିଳା ଜଣକ, ଅନ୍ୟ ମହିଳାଙ୍କ ସବୁଠାରୁ କମ ବୟସ୍କ ୧ ବର୍ଷୀୟ ପୁଅକୁ ତାଙ୍କ ଝିଅ ନିକଟରୁ ଅପହରଣ କରି ନେଇ ଖସି ପଳେଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ତଦନ୍ତ ପରେ ପୁଲିସ ଖବର ପାଇଥିଲା ଯେ ମୋମିନା ବିକ୍ରମ ନଗର ଅଞ୍ଚଳର ବାଲ୍ମିକି ବସ୍ତିରେ ରହୁଛନ୍ତି । ଏହାପରେ ପୁଲିସ୍ ବାଲ୍ମିକି ବସ୍ତିରେ ଚଢଉ କରି ତାଙ୍କ ଘରୁ ଖସି ପଳାଉଥିବା ବେଳେ ମୋମିନାଙ୍କୁ ଗିରଫ କରିଥିଲା ବୋଲି ଡେପୁଟି ପୁଲିସ୍ କମିଶନର(କେନ୍ଦ୍ରୀୟ) ଶ୍ଵେତା ଚୌହାନ କହିଛନ୍ତି ।
ଶ୍ଵେତା ଚୌହାନ କହିଛନ୍ତି, ଅପହୃତ ଶିଶୁକୁ ଗିରଫ ଉଦ୍ଧାର କରିଛି ପୁଲିସ୍ । ମୋମିନାଙ୍କ ପୁଅ ଫୁରକାନ ମଧ୍ୟ ଏହି ମାମଲାରେ ସଂଶ୍ଳିଷ୍ଟ ଥିଲା । ଫୁରକାନ ଜଣେ ଟ୍ୟାକ୍ସି ଚାଳକ । ଟ୍ୟାକ୍ସିରେ ଅପହୃତ ଶିଶୁକୁ ନେବାରେ ଓ ପୁଲିସଠାରୁ ଲୁଚେଇବାରେ ଫୁରକାନ ସାହାଯ୍ୟ କରିଥିଲା ।