ନ୍ୟୁୟର୍କ: ଆମେରିକାରେ ଘୃଣା ହିଂସା କ୍ରମଶଃ ବୃଦ୍ଧି ପାଉଛି। ନ୍ୟୁୟର୍କର ଏକ ସବ୍େଓ୍ଵରେ ଯାଉଥିବା ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଆକ୍ରମଣର ଶିକାର ହୋଇଛନ୍ତି। ଯାହା ଫଳରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅବନୀତ୍ କୌର୍ ନାମ୍ନୀ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭଦ ଯୁବତୀ ତାଙ୍କର ଜଣେ ବାନ୍ଧବୀଙ୍କ ସହ ମ୍ୟାନହଟ୍ଟନର ଏକ ସବ୍େଓ୍ଵ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ୫୪ ବର୍ଷୀୟ ଆଲ୍ଲାସିଦ୍ ଆଲ୍ଲା ତାଙ୍କୁ ସମଲୈଙ୍ଗକ ଆକ୍ଷେପ କରିବା ସହ ଗାଳିଗୁଲଜ କରିଥିଲେ।
ଏହାପରେ ଅବନୀତ ପରବର୍ତ୍ତୀ ଷ୍ଟେସନ୍ରେ ଟ୍ରେନ୍ରୁ ଓହ୍ଲାଇ ପଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଆହ୍ଲା ତାଙ୍କ ପଛେ ପଛେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ଆହ୍ଲା ଅବନୀତ୍ଙ୍କ ମୁଣ୍ଡକୁ ଓ ଛାତିକୁ ଆଘାତ ଦେବାରୁ ସେ ପଡ଼ିଯାଇଥିଲେ। ତାଙ୍କର ମୁଣ୍ଡ ଏକ ଖମ୍ବରେ ପିଟି ହେବା ସହ ସେ ଚଟାଣରେ ପଡ଼ି ଯାଇଥିଲେ।
Recognize this man❓He’s WANTED‼️UP TO $2500 REWARD?for info regarding a Hate Crime occurring on the E Train @ 71 Ave #Queens☎️CALL 1-800-577-TIPS or DM us!?CALLS are anonymous! #YourCityYourCall #NYC #NYPD #BK @NYPD112Pct @NYPDTransit pic.twitter.com/StQNdU0tGa
— NYPD Crime Stoppers (@NYPDTips) December 9, 2018
ଗତ ମାସରେ ଏହି ଘଟଣା ଘଟିଥିବା ପରେ ଅଭିଯୁକ୍ତକୁ ପୁଲିସ ଧରିଛି। ବର୍ତ୍ତମାନ ମାମଲାର ବିଚାର ଚାଲିଛି। ଯଦି ଆଲ୍ଲା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସାଢେ ୩ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।