ଭୁବନେଶ୍ବର : ମାର୍କେଟ ବିଲଡିଂ ଭିତରେ ମୁଖା ପିନ୍ଧି ଆତଙ୍କରାଜ ଘଟାଇଥିବା ଅନ୍ୟତମ ଅଭିଯୁକ୍ତ ପଙ୍କଜ ରାଜ୍ ଓରଫ ବାପି ବିରୋଧରେ କମିସନରେଟ ପୁଲିସ ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ) ଦଫା ଲଗାଇଛି। ପୂର୍ବରୁ ଏହି ମାମଲାରେ ଚାରିଜଣଙ୍କ ବିରୋଧରେ କମିସନରେଟ୍ ପୁଲିସ ଏନ୍ଏସ୍ଏ ଦଫା ଲଗାଇଥିଲା। ସେମାନେ ହେଉଛନ୍ତି ବଡ଼ଗଡ଼ ଥାନା ବିଜେବି ନଗରର ପ୍ରତ୍ୟୁଷ କହଁର ଓରଫ ଗୁଡୁ ଓରଫ ଅକାଳି, ମଇଁଷଖାଲ ବସ୍ତିର ବିଶ୍ବନାଥ ପ୍ରଧାନ, ରସୁଲଗଡ଼ର ଉଦିତ ପ୍ରଧାନ ଓ ଚନ୍ଦନ ଦାସ। ଏବେ ଏହି ମାମଲାରେ ଏନ୍ଏସ୍ଏରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ପଙ୍କଜ ବିରୋଧରେ କିଭଳି ଅପରାଧିକ ମାମଲା ରହିଛି ସେ ନେଇ କମିସନରେଟ୍ ପୁଲିସ ସ୍ପଷ୍ଟ କରିନାହିଁ।
ମାର୍କେଟ ବିଲଡିଂରେ ଘଟିଥିବା ଗଣ୍ଡଗୋଳରେ ଏହି ବାପି ଅନ୍ୟ ଅଭିଯୁକ୍ତଙ୍କ ସହ ସାମିଲ ହୋଇଥିଲା। ଭବିଷ୍ୟତରେ ବାପି ପୁଣି ଥରେ ଏଭଳି କାଣ୍ଡ ଘଟାଇବା ଆଶଙ୍କା ରହିଥିବାରୁ ଏନ୍ଏସ୍ଏ ଦଫା ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/unit2-market.jpg)