ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଛି। ୧୦ ବର୍ଷର ନାବାଳିକା ଖେଳୁଥିବା ବେଳେ ଜଣେ ଯୁବକ ତାକୁ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଏହି ସମୟରେ ନାବାଳିକା ଜଣକ ହଲ୍ଲା ପକାଇବାରୁ ଅଭିଯୁକ୍ତ ଦଉଡ଼ି ପଳାଇ ଥିଲା। ଏ ସମ୍ପର୍କରେ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣକ ପାଖ ବସ୍ତିରେ ଲୁଚିଥିବା ଖବର ପାଇ ଆଜି ଏୟାରପୋର୍ଟ ଥାନା ପୁଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଗଞ୍ଜାମର ବୁଗୁଡ଼ା ଅଞ୍ଚଳର ସୌଦାଗର ଦାସ। ତାକୁ ପୋକ୍ସୋ ଆକ୍ଟ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ନାବାଳିକା ପୀଡିତାକୁ ଡାକ୍ତରୀ ମାଇନା କରାଯାଇଛି।

ଅଭିଯୋଗରୁ ପ୍ରକାଶ, ବୁଧବାର ଅପରାହ୍ନରେ ଏୟାରପୋର୍ଟ ଅଞ୍ଚଳରେ ନାବାଳିକା ଜଣକ ତା’ର ସାନ ଭଉଣୀ ସହ ଖେଳୁଥିଲା। ଅଭିଯୁକ୍ତ ନାବାଳିକା ସହ କିଛି ସମୟ କଥା ହୋ‌ଇଥିଲା। ତାକୁ କଥାରେ ଭୁଲାଇ ଡାକି ନେଇଥିଲା। କିଛି ବାଟ ଗଲା ପରେ ଏକ ପରିତ୍ୟକ୍ତ ଘରକୁ ଡାକିଥିଲା। ନାବାଳିକା ନ ଯିବାରୁ ସେ ତାକୁ ଟେକି ନେଇଥିଲା। ଦୁଷ୍କର୍ମ କରିବା ବେଳେ ନାବାଳିକା ଜୋର୍‌ରେ କାନ୍ଦିବା ସହ ଚିତ୍କାର କରିବାରୁ କିଛି ସ୍ଥାନୀୟ ଲୋକ ଦଉଡ଼ି ଆସିଥିଲେ। ହେଲେ ଅଭିଯୁକ୍ତ ପାଚେରି ଡେଇଁ ଫେରାର ହୋଇ ଯିବାକୁ ସକ୍ଷମ ହୋଇଥିଲା। ନାବାଳିକା ପରିବାରବର୍ଗଙ୍କ ଅଭିଯୋଗ ମୁତାବକ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଆଜି ସକାଳେ ସେ ଏକ ବସ୍ତିରେ ଲୁଚିଥିବା ଖବର ପାଇ ଚଢ଼ାଉ କରିଥିଲା ଓ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର