ଗଣେଶ ମୂର୍ତ୍ତି ଭସାଣୀ ବେଳେ ଗଣ୍ଡଗୋଳ, ଛୁରାମାଡ଼ରେ ଜଣେ ମୃତ, ଅନ୍ୟ ଜଣକୁ ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼: ଗଣେଶ ମୂର୍ତ୍ତି ଭସାଣୀ ବେଳେ ଶନିବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫଳରେ ଗୋଟିଏ ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ବୁଲୁ ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ଛୁରାମାଡ଼ରେ ଆହତ ହୋଇଥିବା ଜଣେ ଯୁବକ ରୋହୀତ ବାଗଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆଦିବାସୀ ସାହିରେ ଆଜି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଚାଲିଥିଲା। କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା।

ସମ୍ବନ୍ଧିତ ଖବର