ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ଯୁବକ ଗୁରୁତର

ଭୁବନେଶ୍ବର: ଗାଁ ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖଣ୍ଡା, ଭୁଜାଲି ଧରି ଜଣେ ମହିଳାଙ୍କ ସମେତ ୫ ଜଣ ଏହି କାଣ୍ଡ ଭିଆଇଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକ ହେଉଛନ୍ତି ପାଞ୍ଚଗାଁର ଗଗନ ବିହାରୀ ଗୁରୁଙ୍କ ପୁଅ ମୁକ୍ତିରାଜ। ତାଙ୍କର ହାତ, ପିଠି, ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥା‌ରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୁଲିସ କହିଛି।

ସୂଚନା ମୁତାବକ, ଗତକାଲି ପୂର୍ବାହ୍ନ ୧୦ଟା ବେ‌ଳେ ମୁକ୍ତିରାଜ ପାଖ ଦୋକାନରୁ ଜିନିଷ କିଣି ଫେରୁଥିଲେ। ଫେରିବା ବେଳେ ଗାଁର ଜଣେ ମହିଳାଙ୍କ ସମେତ ୫ ଜଣ ହାତରେ ମାରଣାସ୍ତ୍ର ଧରି ତାକୁ ଆକ୍ରମଣ କରିଥିଲେ। ସେ ଚିତ୍କାର କରି ଘରଆଡ଼କୁ ଦଉଡ଼ୁଥିବା ବେଳେ ସାମ୍ନାରୁ ଆକ୍ରମଣ ହେବାରୁ ‌ତଳେ ପଡ଼ି ଯାଇଥିଲେ। ଚିତ୍କାର ଶୁଣି ଘର ଲୋକ ଦଉଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର