ଗୁରଗାଓଁରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗୁଳି କରି ହତ୍ୟା

ଗୁରଗାଓଁ: ଗୁରଗାଓଁରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁଷ୍କର୍ମକାରୀ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ନ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୀଡ଼ିତା ଜଣଙ୍କ ଏକ ନାଇଟ୍‌ କ୍ଲବ୍‌ରେ କାର୍ଯ୍ୟ କରୁଥିଲେ। ସଂପୃକ୍ତ ନାଇଟ୍‌ କ୍ଲବ୍‌ର ଜଣେ କର୍ମଚାରୀ ସନ୍ଦୀପ କୁମାରଙ୍କ ଦ୍ବାରା ସେ ୨୦୧୭ ମସିହାରେ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଜଣଙ୍କ ଅଭିଯୁକ୍ତ ସନ୍ଦୀପ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ‌ତେବେ ଅଭିଯୁକ୍ତ ତାଙ୍କ ବିରୋଧରେ ଥିବା ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବାପାଇଁ ବାରମ୍ବାର ପୀଡ଼ିତାଙ୍କ ଉପରେ ଚା‌ପ ପକାଇଥିଲେ। ଗତକାଲି କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବାକୁ ଥିବାବେଳେ ଏହାପୂର୍ବରୁ ଅଭିଯୁକ୍ତ ସନ୍ଦୀପ କୁମାର ପୀଡ଼ିତାଙ୍କୁ ତାଙ୍କ ଘରୁ ବଳପୂର୍ବକ ଉଠାଇ ନେଇ ଗୁଳି କରି ହତ୍ୟା କରିଥିବା ପୀଡ଼ିତାଙ୍କ ମା’ କହିଛନ୍ତି। ଗୁରଗାଓଁ-ଫରିଦାବାଦ୍‌ ଏକ୍ସପ୍ରେସ୍‌ୱେରୁ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୀଡ଼ିତାଙ୍କ ମା’ଙ୍କ ବୟାନକ୍ରମେ ପୁଲିସ ଏବେ ଅଭିଯୁକ୍ତ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି।

ସମ୍ବନ୍ଧିତ ଖବର