ଚରିତ୍ର ଉପରେ ସନ୍ଦେହ ହେବାରୁ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କଲା ନିର୍ଦ୍ଦୟ ସ୍ୱାମୀ

ଭୁବନେଶ୍ୱର: ସନ୍ଦେହ ମନୁଷ୍ୟକୁ ବିନାଶ କରି ଦେଇଥାଏ। ପରିବାର ଉଜାଡ଼ି ଦେଇଥାଏ। ଏଭଳି ଏକ ଘଟଣା ଶନିବାର ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଟଦେଇ ବସ୍ତିରେ ଘଟିଛି। ଚରିତ୍ର ଉପରେ ସନ୍ଦେହ ହେବାରୁ ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ସ୍ୱାମୀ ହତ୍ୟା କରିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଘଟଣାର ତଦନ୍ତ କରୁଛି।

କେନ୍ଦୁଝର ଜିଲ୍ଲାର ବିଭୀଷଣ ସାଣ୍ଡେଲ ନାମରେ ଜଣେ ବ୍ୟକ୍ତି ମଞ୍ଚେଶ୍ୱର ଥାନା ଅଧୀନ ପାଟଦେଇ ବସ୍ତିରେ ସ୍ତ୍ରୀ ଓ ୨ ବର୍ଷର ଝିଅ ସହିତ ରହୁଥିଲା। ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ବିଭୀଷଣ ଓ ତା’ର ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା। ଏହା ନୀତି ଦିନିଆ ଘଟଣା ହୋଇ ଯାଇଥିଲା ବୋଲି ପଡ଼ିଶା ଲୋକେ କୁହନ୍ତି।

www.summitcrimestoppers.org

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସ୍ତ୍ରୀ ଶୋଇ ପଡ଼ିଥିଲେ। ପରେ ବିଭୀଷଣ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ସେ ଚିରା କପଡ଼ାରେ ମୃତହେବକୁ ପୋଡ଼ି ଜାଳି ଦେଇଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

ସମ୍ବନ୍ଧିତ ଖବର