ଜମି ବିବାଦରୁ ଗଣ୍ଡଗୋଳ, କଟୁରି ଚୋଟରେ ଜଣେ ଗୁରୁତର

The land dispute is one of the most serious in the country

ବାଲିପାଟଣା: ନରିଶୋ ପଞ୍ଚାୟତ ଭଗତପଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆଜି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ବିଜୟ କୁମାର ଜେନାଙ୍କୁ ସେହି ଗ୍ରାମର ବିଷ୍ଣୁଚରଣ ସ୍ବାଇଁ ଏବଂ ତାଙ୍କ ପୁଅ ମନ୍ମଥ କଟୁରିରେ ହାଣି ଗୁରୁତର ଆହତ କରିଛନ୍ତି। ବିଜୟଙ୍କୁ ପ୍ରଥମେ ନିଆଳି ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବିଜୟଙ୍କ ପତ୍ନୀ ବାସନ୍ତୀ ଜେନା ଏ ସଂପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ହେଁ ରିପୋର୍ଟ ଲେଖା ହେବା ବେଳକୁ ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

ବାସନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ନିକଟ ଅତୀତରେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଜମିବାଡ଼ିକୁ କେନ୍ଦ୍ର କରି ଉପୁଜିବା ବିବାଦର ସମାଧାନ ହୋଇଥିଲା। କିନ୍ତୁ ଆଜି ଦିନ ପ୍ରାୟ ୧ଟାରେ ବିଷ୍ଣୁଚରଣ ତାଙ୍କ ପୁଅ ମନ୍ମଥ ତାଙ୍କୁ ମାଡ଼ ମାରିବା ସହ ସ୍ବାମୀ ବିଜୟଙ୍କ ମୁଣ୍ତକୁ କଟୁରିରେ ହାଣି ଦେଇଥିଲେ।

ସମ୍ବନ୍ଧିତ ଖବର