ଜିନ୍ଦ୍‌: ଦଳିତ ବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ସନ୍ଦିଗ୍ଧ ୧୮ ବର୍ଷିୟ ତରୁଣର ମୃତ୍ୟୁ

କୁରୁକ୍ଷେତ୍ର: ୧୫ ବର୍ଷୀୟ ଦଳିତ ବାଳିକା ସହ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ବୋଲି ସନ୍ଦେହ କରାଯାଉଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ମଙ୍ଗଳବାର ଦିନ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ବାଳିକାଟିର କ୍ଷତାଙ୍କ ଶବ ଜିନ୍ଦ୍‌ ଜିଲ୍ଲାର ବୁଦ୍ଧାଖେରା ଗ୍ରାମରୁ ଉଦ୍ଧାର କରାଯିବାର ଚାରି ଦିନ ପରେ କୁରୁକ୍ଷେତ୍ର ଜିଲ୍ଲାର କିରମାଚ ଗ୍ରାମ ନିକଟସ୍ଥ ଏକ କେନାଲରୁ ସେ ୧୮ ବର୍ଷିୟ ତରୁଣର ଉଲଗ୍ନ ଶବ ଉଦ୍ଧାର କରାଯାଇଛି।

କୁରୁକ୍ଷେତ୍ର ପୁଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରଜ ସିଂହ କହିଛନ୍ତି: ପରିବାର ଲୋକେ ଚିହ୍ନଟ କରିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ଏବେ ପୁଲିସ ସନ୍ଦେହ କରୁଛି ଯେ ଉଭୟଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରିଛନ୍ତି। ଏ ମାମଲାରେ ଅନର୍‌ କିଲିଙ୍ଗ୍‌ ସମ୍ଭାବନାକୁ ଏଡ଼ାଇ ଦିଆ ନ ଯାଇ ପାରେ। କିନ୍ତୁ, ଝିଅ ପରିବାର ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା କଥା ଅସ୍ୱୀକାର କରିଛନ୍ତି।

ପୂର୍ବରୁ ପୁଲିସ କହିଥିଲା କି, ଝିଅ ଅପହୃତ ହେବା ପୂର୍ବରୁ ଜାନୁଆରି ୯ ତାରିଖ ଦିନ ଉଭୟଙ୍କୁ ଏକତ୍ର ବୁଲୁଥିବାର ଲୋକେ ଦେଖିଥିଲେ। ଝିଅର ଶବ ନିଜ ଗାଁଠାରୁ ୧୧୦ କିଲୋମିଟର ଦୂର ଜିନ୍ଦ୍‌ ଜିଲ୍ଲା ଅନ୍ତର୍ଗତ ବୁଦ୍ଧରେଖା ଗ୍ରାମରୁ ମିଳିଥିଲା।

ମଙ୍ଗଳବାର ଦିନ ସେ ଯୁବକଙ୍କର ଘରେ ତାଲା ପଡ଼ିଥିଲା। ପଡ଼ୋଶୀମାନେ କହନ୍ତି ଯେ ଝିଅର ଶବ ମିଳିବା ପର ଠାରୁ ସେମାନେ ସେ ପରିବାରର କାହାକୁ ଦେଖି ନାହାନ୍ତି।

ସମ୍ବନ୍ଧିତ ଖବର