ଜେଲ୍‌ ଗଲେ ଆତ୍ମଘୋଷିତ ବାବା

ଭୁବନେଶ୍ୱର: ପ୍ରେତ ଛଡ଼ାଇବା ଆଳରେ ମହିଳାଙ୍କୁ ଅସଦାଚରଣ କରି ଗିରଫ ହୋଇଥିବା ଆତ୍ମଘୋଷିତ ବାବା ଗଣେଶ ନାଥ ଆଜି ଜେଲ୍‌ ଯାଇଛି। ଗତକାଲି ରାତିରେ ଗିରଫ ହେବା ପରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କେବଳ ଏଠାରେ ନୁ‌ହେଁ, ବିଭିନ୍ନ ସ୍ଥାନରେ ବୁଲି ସେ ଏଭଳି ମିଛ ପୂଜାର୍ଚ୍ଚନା କରି ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରୁଥିବା ସେ ସ୍ବୀକାର କରିଛି। ଏଥିରେ ବେଶ୍‌ ମୋଟା ଅଙ୍କରେ ଟଙ୍କା ମିଳେ ବୋଲି ସେ ପୁଲିସକୁ କହିଛି। ରୋଗ ଭଲ ହେବା ଆଶାରେ କିଛି ମହିଳା ଓ ସେମାନଙ୍କ ପରିବାରଲୋକ ପ୍ରତିବାଦ ବି କରନ୍ତି ନାହିଁ। ତଥାକଥିତ ‘ଗଣେଶ ବାବା’ ଏହାର ଭରପୂର ସୁଯୋଗ ନେଉଥିବା ପୁଲିସକୁ କହିଛି। ସେହିପରି ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ଏବଂ ମେଡିକାଲ୍‌ରୁ କୌଣସି ସୁଫଳ ନ ମିଳିବାରୁ ରୋଗୀଙ୍କ ସଂପର୍କୀୟମାନେ ଏହି ‘ଗଣେଶ ବାବା’ ଉପରେ ଭରସା କରନ୍ତି। ଏପରି କ୍ଷେତ୍ରରେ ବାବା ସେମାନଙ୍କଠାରୁ ଅଧିକ ଅର୍ଥ ବି ଦାବି କରିଥାଏ। ଦୀର୍ଘ ୪ ବର୍ଷ ହେବ ସେ ଏପରି ଉପାୟରେ ରୋଜଗାର କରୁଥିଲା।

ସମ୍ବନ୍ଧିତ ଖବର