ନାବାଳିକା କନ୍ୟାକୁ ବଳପୂର୍ବକ ବିବାହ କରାଉଥିବା ବେଳେ କନ୍ୟାପିତା ସମେତ ବର ଗିରଫ
ନୂଆଦିଲ୍ଲୀ: ନିଜର ୧୫ ବର୍ଷ ବୟସ୍କା ନାବାଳିକା କନ୍ୟାକୁ ବଳପୂର୍ବକ ବିବାହ କରିଦେବା ପାଇଁ ଉଦ୍ଦ୍ୟମ କରୁଥିବା ବେଳେ ପୁଲିସ୍ ସଂପୃକ୍ତା ନାବାଳିକା କନ୍ୟାକୁ ଉଦ୍ଧାର କରିବା ସହ ତା’ର ପିତା ଓ ବିବାହ କରିବାକୁ ଆସିଥିବା ଯୁବକକୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗୁଡ଼ଗାଓଁର ସେକ୍ଟର ୫ ବସ୍ତିରେ ରହୁଥିବା ୪୧ ବର୍ଷ ବୟସ୍କ ଅବ୍ଦୁଲ୍ ସମାଦ୍ ଅଲ୍ଲୀ ନାମକ ଜନୈକ ବ୍ୟକ୍ତି ତାଙ୍କର ୧୫ ବର୍ଷ ବୟସ୍କା ନାବାଳିକା କନ୍ୟାକୁ ବଳପୂର୍ବକ ବିବାହ କରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏସଂପର୍କରେ ଖବର ପାଇବା ପରେ ଗୁଡ୍ଗାଓଁ ପୁଲିସ୍ ରବିବାର ଘଟଣାସ୍ଥଳରେ ପହଞ୍ଚି ନାବାଳିକା କନ୍ୟାକୁ ଉଦ୍ଧାର କରିବା ସହ ତା’ର ପିତା ଓ ତା’କୁ ବିବାହ କରିବାକୁ ଆସିଥିବା ଇସ୍ଲାମ ଅଲ୍ଲୀ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ୍ ନାବାଳିକା ବିବାହ ଆଇନ୍ ୨୦୦୬ ଧାରାରେ ଏକ ମାମଲା ରୁଜ୍ଜୁ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି।