ପ୍ରେମିକାଙ୍କ ପରକୀୟ ପ୍ରୀତି: ତଣ୍ଟି କାଟି ହତ୍ୟା କଲେ ଯୁବକ

ସୁରତ: ଗୁଜୁରାଟର ସୁରତ ଅଞ୍ଚଳରେ ପରକୀୟ ପ୍ରୀତିକୁ କେନ୍ଦ୍ର କରି ଜଣେ ୩୭ ବର୍ଷୀୟା ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ମୃତ ମହିଳାଙ୍କ ପ୍ରେମିକଙ୍କ ସହିତ ଜଣେ ନାବାଳକଙ୍କୁ ପୁଲିସ ଗତକାଲି ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁରତ ଥାନା ଅନ୍ତର୍ଗତ କାମରେଜ ନିକଟସ୍ଥ କୋଷ୍ମାଣ୍ଡା ଗ୍ରାମର ବର୍ଷା ଜଲା( ୩୭ ବର୍ଷ) ଜଣେ ବିବାହିତା ମହିଳା। ତେବେ ଗତ ୩ ବର୍ଷ ହେବ ବର୍ଷାଙ୍କର ଭରତ ଜାନକୀଦାସ ଅଗ୍ରଓ୍ଵାତ୍‌ଙ୍କ ନାମକ ଜଣେ ଯୁବକଙ୍କ ସହିତ ସମ୍ପର୍କ ଘନିଷ୍ଠ ହୋଇଥିଲା। ଏହି ସମ୍ପର୍କ ଶେଷର ପ୍ରେମରେ ପରିଣତ ହେବା ସହିତ ଉଭୟ ଗତ ୩ ବର୍ଷ ହେବ ଲୁଚା ଛପାରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ ଇତିମଧ୍ୟରେ ବର୍ଷାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ଘନିଷ୍ଟ ହୋଇଥିଲା। ଅନ୍ୟ ପୁରୁଷଙ୍କ ସହିତ ଘନିଷ୍ଠ ହେବା ଘଟଣାକୁ ସହଜରେ ଗ୍ରହଣ କରି ବାରି ନ ଥିଲେ ଭରତ ଜାନକୀଦାସ ଅଗ୍ରଓ୍ଵାତ। ତେଣୁ ସେ ଅନ୍ୟ ପୁରୁଷ ସହିତ ସମ୍ପର୍କ ଛିନ୍ନ କରିବାକୁ ବର୍ଷା ଜଲାଙ୍କୁ ବାଧ୍ୟ କରିଥିଲେ। ମାତ୍ର ବର୍ଷା ଜଲା ଭରତ ଜାନକୀ ଦାସ ଅଗ୍ରଓ୍ଵାଥଙ୍କ କଥାକୁ ଗୁରୁତ୍ୱ ନ ଦେଇ ତାଙ୍କ ଦ୍ୱିତୀୟ ପ୍ରେମିକ ସହିତ ସମ୍ପର୍କ ରଖିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବର୍ଷର୍ାଙ୍କୁ ଜୀବନରୁ ମାରି ଦେବା ପାଇଁ ଭରତ ଜାନକୀ ଦାସ ଯୋଜନା କରିଥିଲେ।

ଏଥିପାଇଁ ସେ ତାଙ୍କର ଚିହ୍ନା ପରିଚିତ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ମଧ୍ୟ ସାଙ୍ଗ କରି ଥିଲେ। ଯୋଜନା ମୁତାବକ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରଲୋଭିତ କରି ଭରତ ଜାନକୀଦାସ ବର୍ଷା ଜଲାଙ୍କୁ କୁଷ୍ମାଣ୍ଡ ଗ୍ରାମ ନିକଟରେ ଥିବା ଏକ ଫାର୍ମର ଆଖୁ କିଆରି ପାଖକୁ ତାଙ୍କ ମୋଟର ସାଇକେଲରେ ବସାଇ ନେଇଥିଲେ। ସେଠାରେ ବର୍ଷା ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ନାବାଳକ ଜଣକ ତାଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ପିଟିଥିଲେ। ବର୍ଷା ଚିତ୍କାର କରି ପଡ଼ିଯିବା ମାତ୍ରେ ଭରତ ଜାନକୀଦାସ ଅଗ୍ରଓ୍ଵାତ ତାଙ୍କୁ ସେହି ଲୁହା ରଡ୍‌୍ର ପିଟିବା ପରେ ଏକ ତୀକ୍ଷ୍ଣ ଛୁରିରେ ବର୍ଷାଙ୍କ ତଣ୍ଟି କାଟି ହତ୍ୟା କରି ଫେରାର ହୋଇ ଯାଇଥିଲେ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବର୍ଷାଙ୍କ ଭରତ ଜାନକୀଦାସ ଅଗ୍ରଓ୍ଵାତଙ୍କ ସହିତ ପରୀକୀୟ ପ୍ରୀତି ଥିବା ଜାଣିବା ପରେ ପୁଲିସ ତାଙ୍କ ସନ୍ଦେହ କରି କେମରାଜ ନିକଟସ୍ଥ ୮ ନମ୍ବର ଜାତୀୟ ରାଜପଥରୁ ତାଙ୍କୁ ଗିରଫ କରି ପଚରା ଉଚରା କରିଥିଲା। ପଚରାଉଚରା ବେଳେ ଭରତ ଜାନକୀଦାସ ଅଗ୍ରଓ୍ଵାତ ବର୍ଷାଙ୍କ ସହିତ ତାଙ୍କର ପରକୀୟା ପ୍ରୀତି, ବର୍ଷାଙ୍କ ଧୋକା ଓ ପରେ ତାଙ୍କୁ ହତ୍ୟା କରିବା ଆସି ସମସ୍ତ କଥା ସ୍ୱୀକାର କରିବା ସହିତ ତାଙ୍କୁ ଏହି ହତ୍ୟାକାଣ୍ଡରେ ଜଣେ ନାବାଳକ ସହଯୋଗ କରିଥିବା କହିଥିଲା। ଭରତ ଜାନକୀଦାସ ଅଗ୍ରଓ୍ଵାତଙ୍କ ସୂଚନା ଆଧାରେ ନାବଳକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର