ବ୍ରାଉନସୁଗାର କିଣିବାକୁ ଆସି ଚୋରି, ଜେଲ୍‌ ଗଲା ଯୁବକ

ବାଲିପାଟଣା,: ବ୍ରାଉନସୁଗାର କିଣିବାକୁ ଆସି ଚୋରି କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ସେ ହେଲା, ଜଗତସିଂହପୁର ଥାନା ଗୋପାଳ ସାଗର ମାର୍କଣ୍ତପୁର ଗ୍ରାମର ଲୋକନାଥ ସେଠୀଙ୍କ ପୁଅ କିଶୋର ଚନ୍ଦ୍ର ସେଠୀ (୨୮) ଓରଫ ତୋଫାନ। ବାଲିପାଟଣା ପୁଲିସ ତୋଫାନକୁ କୋର୍ଟ ଚାଲାଣ କରିଛି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ଅବୁଦୁଲ୍ ତାହିବ୍ ଖାଁ ଓ ତାଙ୍କ ସାଙ୍ଗ ଅସଫାକ୍ ନୂଆଗାଁରୁ ଅଠାନ୍ତର ଅଭିମୁଖେ ଯାଉଥିବା ବେଳେ ତୋଫାନ ଓ ତା’ ସହଯୋଗୀମାନେ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ୫ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ। ଉଭୟ ଚିତ୍କାର କରିବାରୁ ଲୋକେ ସେମାନଙ୍କ ପିଛା କରି ତୋଫାନକୁ ଧରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଏନେଇ ତାହିବ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନମ୍ବର ୪୪/୨୦‌ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। କିନ୍ତୁ ଚୋରି ଟଙ୍କା ଏବଂ ମୋବାଇଲ ମିଳି ପାରିନାହିଁ। ଅପରପକ୍ଷରେ ତୋଫାନ ଚୋରିରେ ସମ୍ପୃକ୍ତ ନୁହେଁ, ବରଂ ସେ ବ୍ରାଉନସୁଗାର କିଣିବାକୁ ଆସିଥିବା ପୁଲିସ ଆଗରେ କହିଛି।

ସମ୍ବନ୍ଧିତ ଖବର