ବଡ଼ ଭାଇ କଟୁରି ଚୋଟରେ ସାନ ଗୁରୁତର

ବାରଙ୍ଗ: ବଡ଼ ଭାଇର କଟୁରି ଚୋଟରେ ସାନ ଗୁରୁତର। ବାରଙ୍ଗ ଥାନା ଅଧୀନ ମଧୁବନ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦରୁ ଉପୁଜିଥିବା ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇ ବୁଲା ସ୍ବାଇଁ (୪୦) ସାନଭାଇ ବାବୁଲି ସ୍ବାଇଁ(୩୭)ଙ୍କୁ କଟୁରିରେ ହାଣି ଗୁରୁତର କରିଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଜମିବାଡ଼ିକୁ କେନ୍ଦ୍ର କରି ବୁଲା ଓ ବାବୁଲି ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ ବାବୁଲି ଛାତ ଉପରେ ବସିଥିଲେ। ବୁଲା ପଛ ପଟୁ ଆସି ଏକ କଟୁରିରେ ତାଙ୍କ ବେକକୁ ହାଣି ଦେଇ ଦୌଡ଼ି ପଳାଇଥିଲା। ପରିବାରଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରାଯିବାରୁ ବୁଲା ନାମରେ ମାମଲା ରୁଜୁ ହୋଇଛି। ବୁଲା ଫେରାର ଥିବାରୁ ତାକୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳ‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର