ମେଢ଼ ‌ଭସାଣିରେ ଗଣ୍ଡଗୋଳ ଜେଲ୍ ଫେରନ୍ତା ହାଣିଦେଲା

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆ ଗ୍ରାମ ତଳସାହିର ଜଣେ ଯୁବକଙ୍କୁ ଶନିବାର ବିଳମ୍ବିତ ରାତିରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣଙ୍କ ହେଲେ, ଦୀପକ ବେହେରା। ତଳସାହିର ଯୁବକମାନଙ୍କ ସହ ଦୀପକ ସରସ୍ୱତୀଙ୍କ ମେଢ଼କୁ ଭସାଣ ପାଇଁ ଶୋଭାଯାତ୍ରାରେ ନେଉଥିବା ବେଳେ ଉପରସାହିଠାରେ ଚାଇନା ବେହେରା ତାଙ୍କୁ ଆକ୍ରମଣ କରିଥିଲା। ଭୁଜାଲିରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇଥିଲା। ପିସିଆର୍ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ତାଙ୍କ କାନ୍ଧ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆପରାଧିକ ଘଟଣା ଘଟାଇବା ପରେ ଚାଇନା ଫେରାର୍‌ ହୋଇଯାଇଥିବାରୁ ତାକୁ ଗିରଫ କରାଯାଇପାରି ନାହିଁ। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ହତ୍ୟା ଉଦ୍ୟମ ଅଭିଯୋଗରେ ଚାଇନା କିଛି ମାସ ଜେଲ୍‌ରେ ରହି ଫେରିଥିଲା।

ସମ୍ବନ୍ଧିତ ଖବର