ଯୁବକଙ୍କୁ ଆକ୍ରମଣ ହୋଟେଲ୍‌ ମାଲିକ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ହୋଟେଲ୍‌ ମାଲିକକୁ ଗିରଫ କରିଛି। ସେ ହେଲା ମଞ୍ଚେଶ୍ବର ଅଞ୍ଚଳର ରଂଜନ ବେହୁରିଆ (୩୩)। ପୁଲିସ ସୂଚନା ମୁତାବକ, କେଶୁରା ଛକ ନିକଟ ରଂଜନର ‌ହୋଟେଲ୍‌ ନିକଟରେ ଥିବା ଏକ କାର୍‌ୱାସ୍‌ ସୋରୁମ୍‌ର ପିଲାଙ୍କ ସହ ବିବାଦ ଲାଗି ରହିଥିଲା। କୌଣିସି କାରଣକୁ ନେଇ ଶନିବାର ରାତିରେ ରଂଜନ ଓ ସୋରୁମ୍‌ର କର୍ମଚାରୀ ଏସ୍‌କେ ରିହାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରଂଜନ ରାଗିଯାଇ ରିହାନଙ୍କୁ ମାଡ଼ ମାରିଥିଲା। ଏନେଇ ରିହାନ୍‌ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର