ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଝିଅ ସହ ଦୁଷ୍କର୍ମ କରିଥିବା କର୍ଣ୍ଣେଲ୍‌ ଗିରଫ

ଶିମଲା: ଜଣେ ଲେଫ୍‌ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଝିଅ ସହ ଗଣ ଦୁଷ୍କର୍ମ କରାଯାଇଥିବା ଘଟଣାରେ ଜଡ଼ିତ ଜଣେ ଆର୍ମି କର୍ଣ୍ଣେଲ୍‌ଙ୍କୁ ବୁଧବାର ଦିନ ଗିରଫ କରାଯାଇଛି।

ଆର୍ମି ଟ୍ରେନିଙ୍ଗ୍‌ କମାଣ୍ଡ୍‌ ଠାରେ ଥିବା କର୍ଣ୍ଣେଲ୍‌ଙ୍କ ସରକାରୀ ବାସଭବନରେ ସୋମବାର ଦିନ ୨୧ ବର୍ଷୀୟ ଝିଅ ସହ ଗଣ ଦୁଷ୍କର୍ମ କରା ଯାଇଥିବା ପ୍ରକାଶ। ଘଟଣା ଘଟିବାର ଦିନକ ପରେ ଏଫ୍‌ଆଇଆର୍‌ ରେଜିଷ୍ଟି୍ର କରାଯାଇଛି। ଦୁଷ୍କର୍ମ କରାଯିବାବେଳେ ସେଠାରେ ଉପସ୍ଥିତ ଥିବା କର୍ଣ୍ଣେଲ୍‌ଙ୍କର ଜଣେ ସାଙ୍ଗଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। କିନ୍ତୁ, ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରା ଯାଇନାହିଁ।

ଏଫ୍‌ଆଇଆର୍‌ ରେଜିଷ୍ଟ୍ରି ହେବା ପରେ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ସେ ଝିଅର ବୟାନ ଏବଂ ଡାକ୍ତରୀ ମାଇନା ରିପୋର୍ଟ ପରେ ସେ ଦୁଇ ବ୍ୟକ୍ତିଙ୍କୁ ବୁକ୍‌ କରାଯାଇଛି।

ଶିମଲାର ଗେଟି ଥିଏଟର୍‌ରେ ଗୋଟିଏ କାର୍ଯ୍ୟକ୍ରମକୁ ଅଭିଯୁକ୍ତ କର୍ଣ୍ଣେଲ୍‌ ନଭେମ୍ବର ୧୯ ସେ ଝିଅ ଏବଂ ତାଙ୍କ ବାପାଙ୍କୁ ନିମନ୍ତ୍ରଣ ଦେଇଥିଲେ। ତା’ପରେ ଅଭିଯୁକ୍ତ କର୍ଣ୍ଣେଲ୍‌ ତାଙ୍କୁ ରାତ୍ରୀ ଭୋଜନ ଖୁଆଇବାକୁ ବାହାରକୁ ନେଇଥିଲେ। କଥା ପ୍ରସଙ୍ଗରେ ସେ କହିଥିଲେ କି, ଏ ଝିଅ ମୁମ୍ବାଇ ଯାଇ ମୋ ଝିଅ ସାଙ୍ଗରେ ରହୁ। ସେଠାରେ ମଡେଲିଙ୍ଗ୍‌ କରିବ।

ତହିଁଆର ଦିନ ଅଭିଯୁକ୍ତ କର୍ଣ୍ଣେଲ୍‌ ସେ ଝିଅକୁ ଫୋନ୍‌ କରି ତା’ର ଫଟୋ ମାଗିଥିଲେ। ଫଟୋ ସବୁ ସେ ମୁମ୍ବାଇରେ ଥିବା ନିଜ ଝିଅ ପାଖକୁ ପଠାଇବେ ବୋଲି କହିଥିଲେ।

ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଝିଅ ହ୍ଵାଟ୍‌ସ୍‌ଆପ୍‌ରେ ଫଟୋ ପଠାଇଲେ। ତା’ପରେ ଅଭିଯୁକ୍ତ କର୍ଣ୍ଣେଲ୍‌ ସେ ଝିଅକୁ ନିଜ ଘରକୁ ଡକାଇଲେ। ଘରକୁ ଆସିଲେ ସେ ତାଙ୍କୁ କେତେ ଜଣ ମଡେଲ୍‌ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ଭେଟ କରାଇ ଦେବ ବୋଲି କହିଲେ। ସେ ଘରେ ପହଞ୍ଚିଲା ପରେ କର୍ଣ୍ଣେଲ୍‌ ତାଙ୍କୁ ଜବରଦସ୍ତି ଗୋଟାଏ ଘରେ ପୂରାଇ ମଦ ପିଆଇ ଦେଲେ। ତା’ ପରେ ତାଙ୍କ ସହ ଦୁଷ୍କର୍ମ କଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ସେଠାରେ ଥିବା ତାଙ୍କର ଜଣେ ବନ୍ଧୁ। ଏ କଥା କାହା ଆଗରେ କହିଲେ ତାଙ୍କ ବାପାଙ୍କ କ୍ୟାରିୟର୍‌ ନଷ୍ଟ କରିଦେବେ ବୋଲି କର୍ଣ୍ଣେଲ୍‌ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର