ସାଢ଼େ ତିନି ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ନାବାଳିକାକୁ ଉଦ୍ଧାର କଲା ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଢ଼େ ତିନି ଲକ୍ଷ ଟଙ୍କାରେ ବିକ୍ରୟ ହୋଇଥିବା ଜଣେ ୧୫ ବର୍ଷୀୟ ବିହାରୀ ଝିଅକୁ ପୁଲିସ ଉଦ୍ଧାର କରିଛି।

ପୁଲିସ କହିବା ଅନୁସାରେ, ବର୍ଷେ ତଳେ ଜଣେ ଦଲାଲ ସେ ଝିଅକୁ ବିବାହ କରାଇ ଦେବା ବାହାନାରେ ଦିଲ୍ଲୀକୁ ଆଣିଥିଲା। ସେଠାରେ ସେ ତାକୁ ବାଧ୍ୟ କରି ଅନୈତିକ ବ୍ୟବସାୟରେ ଲଗାଇଥିଲା। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଝିଅଟିକୁ ବିହାରରେ ଥିବା ତାଙ୍କ ପରିବାରକୁ ଦିଆ ଯାଇଛି।

ଝିଅଟିକୁ ଉଦ୍ଧାର କରିବା ପାଇଁ ପୁଲିସକୁ ଗ୍ରାହକ ସାଜିବାକୁ ପଡ଼ିଥିଲା। ଦଲାଲମାନେ କମଳା ମାର୍କେଟ୍‌ର ଏସ୍‌ଏଚ୍‌ଓଙ୍କୁ ଭୁଲ୍‌ରେ ଆଉ ଜଣେ ଦଲାଲ ଭାବିଥିଲେ। ତାଙ୍କୁ ସେମାନେ କହିଥିଲେ କି, ଗୋଟାଏ ସୁନ୍ଦରୀ ନାବାଳିକା ବିକ୍ରି ହେବ। ତା’ପରେ ପୁଲିସ ଦଳ ବେଶ୍ୟାଳୟର ମାଲିକ ସାଜି ଥରକୁ ଥର ଅଭିଯୁକ୍ତଙ୍କ ନିକଟକୁ ଯାଇଥିଲେ। ଶେଷରେ ଅଭିଯୁକ୍ତଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନ୍‌ରୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ହେଲେ, ୨୪ ବର୍ଷିୟ ଅମର ଏବଂ ୨୭ ବର୍ଷିୟ ରଣଜିତ ଶାହା। ଉଭୟଙ୍କ ଘର ବିହାରରେ।

ସମ୍ବନ୍ଧିତ ଖବର