ଚଳନ୍ତା ଟ୍ରେନ୍‌ ସହ ଯୁବକର ଲାଇଭ୍‌ ଭିଡିଓ ଘଟଣା : ଭିଡିଓ ନକଲି ନୁହେଁ, ଅସଲି ବୋଲି କହିଲେ ଅାରପିଏଫ୍ ଅଧକାରୀ

ହାଇଦ୍ରାବାଦ: ଗତ ସପ୍ତାହରେ ଚଳନ୍ତା ଟ୍ରେନ୍‌ ସହ ଜଣେ ଯୁବକ ଲାଇଭ୍‌ ଭିଡିଓ ନେଉଥିବା ବେଳେ ଟ୍ରେନ୍‌ଟି ଯୁବକଙ୍କୁ ପଛରୁ ଆସି ପିଟି ଦେଇଥିବାରୁ ଯୁବକ ଜଣକ ଛିଟିକି ପଡ଼ିବାକୁ ଗୁରୁତର ହୋଇଥିଲେ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେଲେଙ୍ଗାନାର ଶିବ ନାମକ ଯୁବକ ଏପରି ଦୁଃସାହସିକ କାର୍ଯ୍ୟ କରିବା ପରେ ଗୁରୁତର ଭାବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏହି ଘଟଣା ଏକ ଗୁଜବ ବୋଲି କିଛିଦିନ ତଳେ ପ୍ରକାଶ ପାଇଥିଲା।

ସେହି ଭିଡ଼ିଓଟି ଅସଲି ଭିଡିଓ ନୁହେଁ, ଏକ ପ୍ରାଙ୍କ୍‌ ବୋଲି ଜାଣିବାକୁ ମିଳିଥିଲା। ଆଞ୍ଚଳିକ ଖବର ଚ୍ୟାନେଲ୍‌ ଏବିଏନ୍‌ ତେଲ୍‌ଗୁ ପକ୍ଷରୁ ପ୍ରକାଶ ପାଇଥିଲା ଯେ ଏହି ଭିଡିଓଟିକୁ ଏଡିଟ୍‌ କରାଯାଇ ଏପରି କରାଯାଇଥିଲା। ଶିବ ଏବଂ ତାଙ୍କର ବନ୍ଧୁ ମିଶି ଏପରି କରିଛନ୍ତି। ଶିବ ଏବଂ ତାଙ୍କର କେତେକ ବନ୍ଧୁ ମଜା ଉଠାଇବା ପାଇଁ ଏପରି ଭିଡିଓ କରିଛନ୍ତି ବୋଲି ଖବରରେ ପ୍ରକାଶ ପାଇଥିଲା। ତେବେ ଭିଡିଓ ଭାଇରାଲ୍‌ ହେବା ପରେ ଶିବ କେଉଁଆଡେ ଚାଲି ଯାଇଥିଲେ।

ଆପଣ ଏହି ଭିଡିଓଟିକୁ ପ୍ରଥମେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ମନରେ ପ୍ରଶ୍ନ ଅାସିବ, କ’ଣ ବାସ୍ତବରେ ଏଭଳି ଘଟିଥିଲା। କିନ୍ତୁ ପରେ ଯେତେବେଳେ ଜାଣିଥିଲେ ଏହା ଏକ ପ୍ରାଙ୍କ୍‌ ଭିଡିଓ, ଆପଣ ଆସ୍ୱସ୍ତି ଅନୁଭବ କରିଥିବେ। କିନ୍ତୁ ତାଜା ଖବର ଅନୁଯାୟୀ, ଏହି ଭିଡିଓଟି ନକଲି କିମ୍ବା ଏଡିଟେଡ୍‌ ନୁହେଁ ବରଂ ବାସ୍ତବ ବୋଲି ଦ ନ୍ୟୁଜ ମିନିଟ୍‌ (ଟିଏନ୍‌ଏମ୍‌ )ଦାବି କରିଛି। ଏହି ଘଟଣାରେ ଶିବ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି, ସାମନ୍ୟ ଆଘାତ ତାଙ୍କୁ ଲାଗିଥିଲା ବୋଲି ତାଙ୍କର ଶାଳକ ଶନିବାର ସୂଚନା ଦେଇଛନ୍ତି।

ଏହି ଘଟଣାକୁ ନେଇ ଦ ନ୍ୟୁଜ ମିନିଟ୍‌ ପକ୍ଷରୁ ଏ ନେଇ ରେଲେଓ୍ଵ ପୁଲିସ ଫୋର୍ସର ସିନିୟର ଡିଭିଜିନାଲ କମିସନର୍‌ ବି ରାମକ୍ରିଷ୍ଣାଙ୍କ ମତାମତ ନିଅାଯାଇଛି। ସେ କହିଛନ୍ତି, ଏହି ଘଟଣା ଜାନୁଆରି ୨୧ ତାରିଖରେ ଘଟିଥିଲା। ଶିବ ଏକ ଟ୍ରେନ୍‌ ଆସୁଥିବା ସହିତ ସେଲଫି ଭିଡିଓ ନେଉଥିଲେ। ଏହି ସମୟରେ ସେଠାରେ ଜଣେ ହୋମଗାର୍ଡ, ଶିବ ଓ ଶିବଙ୍କ ଶାଳକ ଉପସ୍ଥିତ ଥିଲେ। ଶିବଙ୍କ ମୋବାଇଲ ଫୋନ୍‌ ଠାବ୍‌ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କ ନାମରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା। ରେଲେଓ୍ଵ ମାଜିଷ୍ଟ୍ରେଟଙ୍କ ନିକଟରେ ୫୦୦ଟଙ୍କା ଜରିମାନ ଦେବା ପରେ ଭବିଷ୍ୟତରେ ସେ ଏମିତି କାମ କେବେ କରିବେ ନାହିଁ ବୋଲି ଅଣ୍ଡଟେକିଂ ଦେବା ପରେ ଶିବଙ୍କୁ ଛଡା ଯାଇଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ଶିବଙ୍କ ଶାଳକ ରେଭି କୁଥଲା ସତିଶ୍‌ ଘଟଣା ସମ୍ପର୍କରେ  ସବିଶେଷ  ଆଲୋଚନା କରିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର